କନକ ବ୍ୟୁରୋ : ରାଜ୍ୟରେ କରେନା ମହାମାରୀକୁ ନଜରରେ ରଖି ସରକାର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି । ଏହାସହ ଛାତ୍ରଛାତ୍ରୀ ମାନଙ୍କୁ ଏକାଦଶ ଶ୍ରେଣୀରେ ନାମ ଲେଖାଇବାକୁ ସବୁ ସ୍କୁଲଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ଅନଲାଇନ କ୍ଲାସ କରାଇବାକୁ ଶିକ୍ଷାନୁଷ୍ଠାନଗୁଡିକୁ ପରାମର୍ଶ ଦେଇଛନ୍ତି । କହିରଖୁ କି ଏହାପୂର୍ବରୁ ସିବିଏସଇ ପରୀକ୍ଷାକୁ ବି ବାତିଲ କରାଯାଇଥିଲା ।
କହିରଖୁ କି ଆଜି ସକାଳୁ ଭୁବନେଶ୍ୱରର ୧୫ ଟି ସ୍କୁଲର ଦଶମଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ହେବ କି ନାହିଁ ଦ୍ୱନ୍ଦ ଦୂର କରିବାକୁ ନବୀନ ନିବାସ ଆଗରେ ପହଂଚିଥିଲେ । ସେମାନେ କହିଥିଲେ କି ପରୀକ୍ଷା ନେଇ ଶିକ୍ଷାମନ୍ତ୍ରୀ ଦ୍ୱନ୍ଦ ଦୂର କରୁନଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟିକରଣ ଚାହୁଁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/11-18.jpg)