୨୯ ଦିନରେ ଚାଷୀ ଆନ୍ଦୋଳନ । ଆନ୍ଦୋଳନ ବନ୍ଦ ପାଇଁ ଆଲୋଚନା କରିବାକୁ ପୁଣି ଚାଷୀ ସଂଗଠନକୁ ଚିଠି ଲେଖି ଡାକିଲେ ସରକାର ।

Advertisment
ଦସ୍ତଖତ ନେଇ ପହଞ୍ଚିଲା ହାତ... ନୂଆ କୃଷି ଆଇନ ପ୍ରତିବାଦରେ ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ । ୨ କୋଟି ଚାଷୀଙ୍କ ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କଲେ ରାହୁଲ ।

କନକ ବ୍ୟୁରୋ: ଆନ୍ଦୋଳନକାରୀ ଚାଷୀଙ୍କୁ ପୁଣି ଏକ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଆଗାମୀ ଆଲୋଚନା ପାଇଁ ତାରିଖ ଓ ସମୟ ସ୍ଥିର କରିବାକୁ ଏଥିରେ ଚାଷୀମାନଙ୍କୁ କୁହାଯାଇଛି । ଏହାସହ ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଚିଠିରେ ଉଲ୍ଳେଖ ରହିଛି ।

ରାଜଧାନୀ ଦିଲ୍ଲୀରେ ୨୯ ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ପରେ ବି ସମାଧାନ ବାଟ ଫିଟୁନାହିଁ । ଏହାରି ଭିତରେ ପୁଣି ଚାଷୀଙ୍କୁ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ଏସବୁ ଭିତରେ ଆସନ୍ତାକାଲି ୬ଟି ରାଜ୍ୟର ଚାଷୀଙ୍କ ସହ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ । ନୂଆ କୃଷି ଆଇନ ସମ୍ପର୍କରେ ବୁଝାଇବାକୁ ଚେଷ୍ଟା କରିପାରନ୍ତି ପ୍ରଧାନମନ୍ତ୍ରୀ  । ପୂର୍ବରୁ ସରକାର ଓ ଚାଷୀଙ୍କ ସହ ୫ ପର୍ଯ୍ୟାୟ ଆଲୋଚନା ପରେ ବି ଏଯାଏଁ ସମାଧାନର ବାଟ ବାହାରିନାହିଁ । ନିଜ ଜିଦରେ ଅଟଳ ଥିବା ଚାଷୀ  ହାଡଭଙ୍ଗା ଶୀତରେ ଖୋଲା ଆକାଶ ତଳେ, ଶୀତ କାକରରେ ଆନ୍ଦୋଳନ ଜାରି ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe