କନକ ବ୍ୟୁରୋ: ଆନ୍ଦୋଳନକାରୀ ଚାଷୀଙ୍କୁ ପୁଣି ଏକ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଆଗାମୀ ଆଲୋଚନା ପାଇଁ ତାରିଖ ଓ ସମୟ ସ୍ଥିର କରିବାକୁ ଏଥିରେ ଚାଷୀମାନଙ୍କୁ କୁହାଯାଇଛି । ଏହାସହ ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଚିଠିରେ ଉଲ୍ଳେଖ ରହିଛି ।
ରାଜଧାନୀ ଦିଲ୍ଲୀରେ ୨୯ ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ପରେ ବି ସମାଧାନ ବାଟ ଫିଟୁନାହିଁ । ଏହାରି ଭିତରେ ପୁଣି ଚାଷୀଙ୍କୁ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ଏସବୁ ଭିତରେ ଆସନ୍ତାକାଲି ୬ଟି ରାଜ୍ୟର ଚାଷୀଙ୍କ ସହ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ । ନୂଆ କୃଷି ଆଇନ ସମ୍ପର୍କରେ ବୁଝାଇବାକୁ ଚେଷ୍ଟା କରିପାରନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ ସରକାର ଓ ଚାଷୀଙ୍କ ସହ ୫ ପର୍ଯ୍ୟାୟ ଆଲୋଚନା ପରେ ବି ଏଯାଏଁ ସମାଧାନର ବାଟ ବାହାରିନାହିଁ । ନିଜ ଜିଦରେ ଅଟଳ ଥିବା ଚାଷୀ ହାଡଭଙ୍ଗା ଶୀତରେ ଖୋଲା ଆକାଶ ତଳେ, ଶୀତ କାକରରେ ଆନ୍ଦୋଳନ ଜାରି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/32-16.jpg)