Girls students of Army School in Lucknow,these all fifteen girls students seen first time in any Army School.along with story by Maulshree Seth.Express photo by Vishal Srivastav 12.10.2018
ଆସନ୍ତା ୨୦୨୦-୨୧ ଶିକ୍ଷାବର୍ଷ ଠାରୁ ଦେଶର ଆଉ ୫ଟି ସୈନିକ ସ୍କୁଲରେ ଛାତ୍ରୀମାନେ ନାମଲେଖାଇ ପାରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ, ୨୦୨୦-୨୧ ଶିକ୍ଷା ବର୍ଷ ଠାରୁ ବିଜାପୁର, ଚନ୍ଦ୍ରପୁର, ଘୋରାଖାଲ, କାଲିକିରି ଓ କୋଡ଼ାଗୁରେ ଥିବା ସୈନିକ ସ୍କୁଲମାନଙ୍କରେ ଛାତ୍ରୀମାନେ ମଧ୍ୟ ନାମ ଲେଖାଇପାରିବେ। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ସଂପୃକ୍ତ ସୈନିକ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ସର୍ବପ୍ରଥମେ ୨୦୧୮ରେ ମିଜୋରାମର ଚିଙ୍ଗଚିପ୍ ସୈନିକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ଛାତ୍ରୀମାନଙ୍କୁ ନାମ ଲେଖାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଥିଲେ। ପରେ ସେହିବର୍ଷ ଉତ୍ତରପ୍ରଦେଶର ନବମ ଶ୍ରେଣୀରେ ୧୫ ଜଣ ଛାତ୍ରୀଙ୍କୁ ନାମ ଲେଖାଇବାର ସୁଯୋଗ ମିଳିଥିଲା। ଏହି ଯୋଜନା ସଫଳ ହେବା ପରେ ସରକାର ଏବେ ଏପରି ନିଷ୍ପତ୍ତି ନେଇ ଦେଶର ଆଉ ୫ଟି ସୈନିକ ସ୍କୁଲରେ ଛାତ୍ରୀମାନଙ୍କୁ ନାମ ଲେଖାଇବା ପାଇଁ ସୁଯୋଗ ପ୍ରଦାନ କରିଥିବା ଜାଣିବାକୁ ମିଳିଛି।
୨୦୨୦-୨୧ ଶିକ୍ଷାବର୍ଷରୁ ଏହି ୫ଟି ସୈନିକ ସ୍କୁଲର ଷଷ୍ଠ ଶ୍ରେଣୀରେ ଉପଲବ୍ଧ ଥିବା ସ୍ଥାନ ମଧ୍ୟରୁ ୧୦ ପ୍ରତିଶତ ସ୍ଥାନ ଛାତ୍ରୀମାନଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିସହ, ଛାତ୍ରୀମାନଙ୍କ ନାମଲେଖା ପାଇଁ ସମସ୍ତ ପ୍ରକାରର ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କ ନିକଟକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
Follow Us