ଶିକାରୀ ନମ୍ବର ୱାନକୁ ନେଇ ଚର୍ଚ୍ଚା : ବାଘ, ହାତୀ ଓ ଭାଲୁର କରିଛନ୍ତି ଶିକାର । ନରହନ୍ତା ଜନ୍ତୁଙ୍କୁ ମାରିବା ପାଇଁ ନିୟୋଜିତ କରିଥାନ୍ତି ସରକାର

195

କନକ ବ୍ୟୁରୋ : ଓଡିଶାର ଶିକାରୀ ନମ୍ବର ୱାନ । ଏମିତି ଜଣେ ଶିକାରୀ ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏ ଶିକାରୀ ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଡେଙ୍ଗସର୍ଗି ଗାଁର ଆର୍ତ୍ତତ୍ରାଣ ବକ୍ସି । ବନ୍ୟ ଜନ୍ତୁଙ୍କୁ ମାରିବା ପାଇଁ ସରକାରଙ୍କ ତରଫରୁ ନିୟୋଜିତ ହୋଇଛନ୍ତି ଆର୍ତ୍ତତ୍ରାଣ । ସେଥିପାଇଁ ସରକାର ତାଙ୍କୁ ପୁରସ୍କାର ମଧ୍ୟ ଦେଇଥାନ୍ତି । ୧୯୮୦ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଜଣ ମଣିଷକୁ ମାରିଥିବା ବନ୍ୟଜନ୍ତୁଙ୍କୁ ରାଜ୍ୟ ସରକାରଙ୍କ ନିଦ୍ଦେର୍ଶ କ୍ରମେ ୧୯୯୩ ଶିକାର କରିଥିଲେ ଆର୍ତ୍ତତ୍ରାଣ । ଯେତେବେଳେ ବନ୍ୟଜନ୍ତୁ ହ୍ରିଂସ ହୋଇ ମଣିଷ ମାରିବା ଆରମ୍ଭ କରିଥାଏ ସେତେବେଳେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶିକାର କରିଥାନ୍ତି ଆର୍ତ୍ତତ୍ରାଣ ।

ହିଂସ୍ରଜନ୍ତୁଙ୍କୁ ମାରି ମଣିଷଙ୍କ ଜୀବନ ରକ୍ଷା କରିବା ହେତୁ ତାଙ୍କୁ ପୁରସ୍କାର ମଧ୍ୟ ମିଳିଥାଏ । ପ୍ରତି ଶିକାର ପରେ ପୁରସ୍କାର ବାବଦକୁ ହଜାରରୁ ଦୁଇ ହଜାର ଟଙ୍କା ପୁରସ୍କାର ରାଶି ମିଳୁଥିବା ବେଳେ ସେହି ଟଙ୍କାକୁ ରେଡକ୍ରସକୁ ଦାନ କରିଥାନ୍ତି ଶିକାରି ଆର୍ତ୍ତତ୍ରାଣ । ଆଜି ବୟସ ଗଡିଯାଇଛି । କିନ୍ତୁ ତାଙ୍କର ସେହି ଶିକାର ଏବେ ବି ମନେ ରହିଛି । ଶିକାର କରାଯାଇଥିବା ବନ୍ଧୁକ ସୁରକ୍ଷିତ ଭାବେ ସଜେଇ ହୋଇ ରହିଛି ।