କନକ ବ୍ୟୁରୋ: କାନପୁର ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ । ଉଭୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷଟଙ୍କାର ଆର୍ଥିକ ସହାୟତା ସହ ସରକାରୀ ଜମିର ପଟ୍ଟା ସହ ପକ୍କା ଘର ଦେବାକୁ ଘୋଷଣା ହୋଇଛି ।

Advertisment

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରି କହିଛନ୍ତି ଯେ, ‘ଟ୍ରଲି ଓ ଟ୍ରାକ୍ଟର ଗୁଡିକର ବ୍ୟବହାର ଲୋକେ କେବଳ କୃଷିରେ କରନ୍ତୁ । ଏଥିରେ ଯାତାୟାତ କରି ନିଜର ବହୁମୂଲ୍ୟ ଜୀବନକୁ ବିପଦରେ ପକାନ୍ତୁ ନାହିଁ’ । ମୁଖ୍ୟମନ୍ତ୍ରୀ ଅଜି ହସ୍ପିଟାଲ ଯାଇ ଆହତଙ୍କୁ ଭେଟିବା ସହ ସେମାନଙ୍କୁ ଚିକିିତ୍ସା ବ୍ୟବସ୍ଥାକୁ ସୁନିଶ୍ଚିତ କରିଛନ୍ତି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର କାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୧ ଜଣ ପିଲା ଓ ୧୧ ଜଣ ମହିଳା ଅଛନ୍ତି ଅଛନ୍ତି । ୨୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଉନ୍ନାଓରେ ଥିବା ଚନ୍ଦ୍ରିକା ଦେବୀ ମନ୍ଦିରରୁ ୫୦ରୁ ଅଧିକ ଲୋକେ ଏକ ଟ୍ରାକ୍ଟର ଡାଲାରେ ବସି ଲୋକେ ଫେରୁଥିବା ବେଳେ କାନପୁର ନିକଟରେ ଦୁର୍ଘଟଣା ଘଟିଥିଲା । ଟ୍ରାକ୍ଟରଟି ଭାରସ୍ୟାମ ହରାଇ ରାସ୍ତା କଡରେ ଥିବା ଏକ ପୋଖରୀରେ ପଡିଯିବାରୁ ଲୋକେ ଆଉ ବାହାରକୁ ବାହାରିପାରିଥିଲେ ।

ଘଟଣାସ୍ଥଳରେ ପୋଲିସ୍ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । କିଛି ପିଲାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ସେମାନଙ୍କର ମୃତ୍ୟୁ ହୋଈଥିଲା । ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ସେହିପରି ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଦୁର୍ଘଟଣା ନେଇ ଗଭୀର ଶୋକପ୍ରକାଶ କରିଛନ୍ତି । ସେହିପରି ରାଷ୍ଟ୍ପତି ଦ୍ରୌପଦୀ ମୁର୍ମୁ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ।