ଟାଟାକୁ ମିଳିଲା ଏୟାର ଇଣ୍ଡିଆର ମାଲିକାନା: ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ କିଣିଲା ଟାଟା 

105

କନକ ବ୍ୟୁରୋ: ଏୟାର ଇଣ୍ଡିଆର ନୂଆ ମାଲିକ ହେଲା ଟାଟା ଗ୍ରୁପ୍ । ୧୮ ହଜାର କୋଟିରେ ଏୟାର ଇଣ୍ଡିଆର ନିଲାମି ଜିତି ନେଇଛି ଟାଟା ସନ୍ସ । ସରକାରଙ୍କ ତରଫରୁ ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋଷଣା କରାଯାଇଛି । ଏୟାର ଇଣ୍ଡିଆର ନିଲାମରେ ଟାଟା ସନ୍ସ ସମେତ, ସ୍ପାଇସ୍ ଜେଟ୍ ମଧ୍ୟ ସାମିଲ ହୋଇଥିଲା । ସ୍ପାଇସ୍ ଜେଟ୍ ତରଫରୁ ୧୫ହଜାର ଶହେ କୋଟିର ନିଲାମି ଡକାଯାଇଥିଲା ।

ତେବେ ସର୍ବାଧିକ ୧୮ହଜାର କୋଟିର ନିଲାମ ଡାକି ଏୟାର ଇଣ୍ଡିଆକୁ କିଣି ନେଇଛି ଟାଟା ଗ୍ରୁପ୍ । ଏଥିସହିତ ୬୮ ବର୍ଷ ପରେ ଟାଟା ଗ୍ରୁପ୍ ହାତକୁ ପୁଣି ଆସି ଯାଇଛି ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆର ଆରମ୍ଭ ୧୯୩୨ ମସିହାରେ ଟାଟା ଗ୍ରୁପ୍ ଦ୍ୱାରା କରାଯାଇଥିଲା । ୧୯୩୨ ଜେଆରଡି ଟାଟା, ଟାଟା ଏୟାରଲାଇନ୍ସର ସ୍ଥାପନ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିମାନ ସେବାକୁ ବନ୍ଦ କରି ଦିଆଯାଇଥିଲା ।

ଏହାପରେ ଯେତେବେଳେ ପୁଣିଥରେ ବିମାନ ଚଳାଚଳ ସ୍ୱାଭାବିକ ହେଲା ସେତେବେଳେ ଟାଟା ଏୟାରଲାଇନ୍ସକୁ ବଦଳାଯାଇ ଏୟାର ଇଣ୍ଡିଆରେ ପରିବର୍ତନ କରାଗଲା । ୨୯ ଜୁଲାଇ ୧୯୪୬ରେ ଏୟାର ଇଣ୍ଡିଆ ଲିମିଟେଡ୍ ଭାବେ ଜଣାଗଲା ଟାଟା । ଦେଶ ସ୍ୱାଧୀନ ହେବା ପରେ ଏୟାର ଇଣ୍ଡିଆର ୪୯ ପ୍ରତିଶତ ଅଂଶଧନ ସରକାର ନିଜ ଅଧିକୁ ନେଇଥିଲେ – ୧୯୫୩ରେ ଏହାର ରାଷ୍ଟ୍ରିୟକରଣ କରାଯାଇଥିଲା । ଆଉ ଏବେ ୬୮ ବର୍ଷ ପରେ ଏୟାର ଇଣ୍ଡିଆକୁ କିଣି ନେଇଛି ଟାଟା ସନ୍ସ ।