ସମ୍ବିଧାନ ଦିବସକୁ ନେଇ ଶାସକ ବିରୋଧୀ ସାମ୍ନାସାମ୍ନି । ପରିବାରବାଦ କଥା କହି ବିରୋଧୀଙ୍କୁ ପାଠ ପଢାଇଲେ, ଗଣତନ୍ତ୍ରର ସଂଜ୍ଞା ବୁଝାଇଲେ ମୋଦି ।

148

କନକ ବ୍ୟୁରୋ: ୧୯୫୦, ନଭେମ୍ବର ୨୬ରେ ବି ଆର ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହୋଇଥିବା ସମ୍ବିଧାନକୁ ଭାରତ ଆପଣାଇଥିଲା । ସଂସଦରେ ମଧ୍ୟ ଏହି ସମ୍ବିଧାନ ଦିବସ ପାଳିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ବିରୋଧୀଙ୍କୁ ପରିବାର କଥା କହି କଟାକ୍ଷ କରିଛନ୍ତି । ଅନ୍ୟପଟେ କେନ୍ଦ୍ରର ମୋଦି ସରକାର ସମ୍ବିଧାନକୁ ସମ୍ମାନ କରନ୍ତିନି କହି ୧୪ ରାଜନୈତିକ ଦଳ ବୟକଟ କରିଛନ୍ତିା

ଅବସର ଥିଲା ସମ୍ବିଧାନ ପ୍ରତିଷ୍ଠା ଦିବସ । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ପରିବାରବାଦ କଥା କହି ବିରୋଧୀ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ଉପରେ ବର୍ଷିଛନ୍ତି । ଯେଉଁମାନେ ଗଣତନ୍ତ୍ର ଉପରେ ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ ଚିନ୍ତାର ବିଷୟ ଏବେ ପରିବାରବାଦ । ଯେଉଁ ଦଳ ଗୋଟିଏ ପରିବାର ଦ୍ୱାରା ଦୀର୍ଘ ସମୟ ଧରି ପରିଚାଳିତ ହେଉଛି ସେହି ଦଳ ଗଣତନ୍ତ୍ରର ସୁରକ୍ଷା କିପରି କରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିିଛନ୍ତିା ତେବେ ମୋଦୀଙ୍କର ଏପରି ବାର୍ତା ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଆସନ୍ତା ବର୍ଷ ବିଭିନ୍ନ ରାଜ୍ୟରେ ନିର୍ବାଚନ ହେବ । ମୁଖ୍ୟତଃ ୟୁୁପି ପାଇଁ ପ୍ରଚାର ଜମିବା ଆରମ୍ଭ କରିଥିବା ବେଳେ ଏପରି କହି କଂଗ୍ରେସ ସମେତ, ସମାଜବାଦୀ ପାର୍ଟି, ଆରଜେଡି ଆଦି ଦଳକୁ ପରୋକ୍ଷରେ ଆଇନା ଦେଖାଇଛନ୍ତି ।

ଅନ୍ୟପଟେ ବିରୋଧୀ ମଧ୍ୟ କଡା ଆଭିମୁଖ୍ୟ ଦେଖାଇଛନ୍ତି । ୨୯ରେ ସଂସଦର ଶୀତକାଳୀନ ଅଧିବେଶନ ବସିବ । ଏହା ପୂୂର୍ବରୁ ଆଜି ସଂସଦରେ ପାଳିତ ହେଉଥିବା ସମ୍ବିଧାନ ପ୍ରତିଷ୍ଠା ଦିବସକୁ ବୟକଟ କରିଛନ୍ତି ବିରୋଧୀ କଂଗ୍ରେସ ସମେତ ମୋଟ୍ ୧୪ଟି ଦଳ । ଶୀତକାଳୀନ ଅଧିବେଶନ ପୂର୍ବରୁ ଏପରି କରି ବିରୋଧୀ ଏକାଠି ଅଛନ୍ତି ବୋଲି ପ୍ରମାଣ ଦେଇଛନ୍ତି । ଆଉ କେନ୍ଦ୍ରର ବିଜେପି ସରକାର ସମ୍ବିଧାନକୁ ସମ୍ମାନ କରୁନି ବୋଲି ବିରୋଧୀ ଦଳର ନେତା କହିଛନ୍ତିା

ସମ୍ବିଧାନ ଏବଂ ଗଣତନ୍ତ୍ର ନାଁରେ ରାଜନୈତିକ ଦଳ ପରସ୍ପରର ଗୋହି ଖୋଳିବା ଦେଶର ରାଜନୀତିରେ କିଛି ନୂଆ କଥା ନୁହେଁ । କିନ୍ତୁ ଏହି ଦିବସ ପାଳନ କରିବା ବେଳେ କ୍ଷମତାରେ ଥିବା ରାଜନୈତିକ ଦଳ ଜନ ଗଣ ମନକୁ କେତେ ଗୁରୁତ୍ୱ ଦିଅନ୍ତି ତାହା ସରକାରଙ୍କ ଆଇନ ଏବଂ ଆଭିମୁଖ୍ୟକୁ ଦେଖିଲେ ଜଣାପଡେ ।