କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବଡ ଆକ୍ସନ । ବନ୍ଦ ହେବ ୨୮ ହଜାରରୁ ଅଧିକ ମୋବାଇଲ୍ ଫୋନ୍ । ସରକାର କିଛି ମୋବାଇଲ ୟୁଜର୍ସଙ୍କୁ ଚିହ୍ନଟ କରିବା ସହିତ, ସେମାନଙ୍କ ମୋବାଇଲ ଫୋନକୁ ବ୍ଲାକଲିଷ୍ଟ କରିଛି । ଏଥିସହିତ ତୁରନ୍ତ ଏହି ଫୋନ୍ ଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି । ମିଳିଥିବା ସୂଚନା ମୁତାବକ ବ୍ଲାକଲିଷ୍ଟ ହେଇଥିବା ଏହି ମୋବାଇଲ୍ ସଂଖ୍ୟା ପ୍ରାୟ ୨୮ ହଜାର ୨୦୦ ।
ସାଇବର କ୍ରାଇମରେ ଜଡିତ ଥିବା ୨୮ ହଜାରରୁ ଅଧିକ ସ୍ମାର୍ଟଫୋନକୁ ସରକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସରକାରଙ୍କ ତରଫରୁ ଟେଲିକମ୍ କମ୍ପାନୀକୁ ନୋଟିସ୍ ଜାରିି କରାଯାଇଛି । ଖାଲି ସେତିକି ନୁହେଁ ତତ୍କାଳ ପ୍ରଭାବରେ ୨୦ ଲକ୍ଷ ମୋବାଇଲ କନେକ୍ସନର ରି-ଭେରିଫିକେସନ କରିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଟେଲିକମ୍ ବିଭାଗ, କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ ରାଜ୍ୟ ପୋଲିସକୁ ନେଇ ସାଇବର କ୍ରାଇମ୍ ଏବଂ ଅନଲାଇନ୍ ଫ୍ରଡକୁ ରୋକିବାକୁ ଏକ ଟିମ୍ ଗଠନ ହେଇଥିଲା । କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ପୋଲିସ ସହ ମିଶି ପ୍ରାୟ ୨୮ ହଜାର ୨୦୦ ମୋବାଇଲ୍ ଫୋନର ଚିହ୍ନଟ କରିଛି, ଯାହାକି ସାଇବର କ୍ରାଇମରେ ସାମିଲ ଥିଲା । ତେଣୁ ଏହି ସବୁ ମୋବାଇଲକୁ ତୁରନ୍ତ ବନ୍ଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/05/Signal-How-to-Clean-Your-Charging-Port-Thumb.webp)