ରାଜ୍ୟପାଳଙ୍କୁ ହାର୍ଟ ଆଟାକ୍ ନେଇ ସାମ୍ନାକୁ ଆସିଲା ସତ : ସୋସିଆଲ ମିଡ଼ିଆରେ ଏସ୍.ସି ଜମିର ସୁସ୍ଥ ଥିବାର ଭିଡ଼ିଓ

28

କନକ ବ୍ୟୁରୋ : ସୁସ୍ଥ ଅଛନ୍ତି ରାଜ୍ୟପାଳ ଏସସି ଜମିର । ଏହା ସ୍ପଷ୍ଟ କରିଛନ୍ତି ନିଜେ ରାଜ୍ୟପାଳ ଏବଂ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର । ସେ ରୁଟିନ୍ ଚେକଅପ୍ କରିବା ପାଇଁ ଡାକ୍ତରଖାନା ଯାଇଥିଲେ ବୋଲି କହିଛନ୍ତି ଖୋଦ୍ ରାଜ୍ୟପାଳ । ସମାନ କଥା କହିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର । ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ରାଜ୍ୟପାଳ ସୁସ୍ଥ ଅଛନ୍ତିି ଏବଂ ନର୍ମାଲ ଚେକଅପ୍ ପାଇଁ ସେ ମେଡିକାଲକୁ ଆସିଥିଲେ । ତେବେ ତାଙ୍କର ଇସିଜି କରାଯିବା ସମୟରେ କିଛି ତ୍ରୁଟି ଦେଖାଦେବାରୁ ତାଙ୍କୁ କିଛି ସମୟ ପାଇଁ ଅବଜରଭେସନରେ ରଖାଯାଇଥିଲା ।

ଗତକାଲି ରାଜ୍ୟପାଳ ଆପୋଲୋ ହସ୍ପିଟାଲକୁ ଯିବା ପରେ ହୃଦଘାତ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିଛି ବୋଲି ପ୍ରଚାର ହୋଇଥିଲା । ଏପରିକି ରାଜ୍ୟପାଳଙ୍କୁ ଭେଟିବାକୁ ହସ୍ପିଟାଲରେ ପହଁଚିଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ସେହିପରି ଆଜି ହସ୍ପିଟାଲରେ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ତାଙ୍କର ଦୀର୍ଘାୟୁ କାମନା କରିଥିଲେ । ଏହା ସହିତ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ପ୍ରେସ୍ ରିଲିଜ୍ କରି ରାଜ୍ୟପାଳ ସୁସ୍ଥ ଅଛନ୍ତି ଓ ତାଙ୍କ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦାନ କରୁଛନ୍ତି ବୋଲି ସୂଚନା ଦିଆଯାଇଛି ।