ପେଟ୍ରୋଲ ଦର ବୃଦ୍ଧି ପରେ ରାସ୍ତାରେ ଗାଡି ଛାଡି ଚାଲିଗଲେ ଲୋକେ ! ରାତାରାତି ପେଟ୍ରୋଲ ଦର କମାଇଲେ ସରକାର

58

ଭାରତରେ ପେଟ୍ରୋଲ ଓ ଡ଼ିଜେଲ ଦର ଆକାଶ ଛୁଇଁଲାଣି । ପେଟ୍ରୋଲ ଦର ବୃଦ୍ଧି କାରଣରୁ ଆବଶ୍ୟକୀୟ ସାମଗ୍ରୀର ଦର ମଧ୍ୟ ବଢିବାରେ ଲାଗିଛି । ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏହାକୁ ନେଇ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ବିରୋଧ ଦେଖିବାକୁ ମିଳୁଛି । ଗତ ୯ ଦିନ ହେବ ପେଟ୍ରୋଲ ଦର ଲଗାତାର ବଢିବାରେ ଲାଗିଛି । ଏପରିକି ଭାରତରେ ତେଲ ଦର ଏବେ ସବୋର୍ଚ୍ଚ ସ୍ତରରେ ପହଞ୍ଚିବା ସହ ରେକର୍ଡ଼ ସୃଷ୍ଟି କରିଛି । ଠିକ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଜର୍ମାନୀରେ । ଜର୍ମାନୀର ଲୋକେ ଏପରି ପରିସ୍ଥତିରୁ ବାହାରିବା ପାଇଁ ଏପରି କିଛି ଦୁଃସାହାସିକ କାର୍ଯ୍ୟ କରିଥିଲେ ଯାହା ଫଳରେ ସରକାର ପେଟ୍ରୋଲ ଦର କମାଇବା ପାଇଁ ବାଧ୍ୟ ହୋଇଥିଲେ ।

ସୂଚନା ଅନୁଯାୟୀ, ୨୦୦୦ ମସିହାରେ ଠିକ ଭାରତ ଭଳି ଜର୍ମୀନୀରେ ମଧ୍ୟ ପେଟ୍ରୋଲ ଦର ଲଗାତାର ବଢିବାକୁ ଲାଗିଥିଲା । ପେଟ୍ରୋଲ ଦର କମାଇବା ପାଇଁ ସରକାର ଲୋକ ମାନଙ୍କୁ ପ୍ରତିଶୃତି ଦେଇଥିଲେ ମଧ୍ୟ ପେଟ୍ରୋଲ ଦର କମିନଥିଲା । ତେଣୁ ଜର୍ମାନୀର ଲୋକ ମାନେ ସରକାରଙ୍କ ନିଷ୍ପତିକୁ ଅପେକ୍ଷା ନକରି ଏପରି କିଛି ନିର୍ଣ୍ଣୟ ନେଇଥିଲେ ଯାହା ସମ୍ନାରେ ସରକାର ମୁଣ୍ଡ ନୁଆଁଇଥିଲେ ଏବଂ ପେଟ୍ରୋଲ ଦର କମାଇବାକୁ ବାଧ୍ୟ ହୋଇଥିଲେ ।

ପେଟ୍ରୋଲ ଦର କମାଇବା ପାଇଁ ଜର୍ମାନୀର ଜନସାଧାରଣ ସରକାରଙ୍କୁ ବିରୋଧ କରି ସମସ୍ତେ ନିଜ ନିଜ ଗାଡିକୁ ରାଜରାସ୍ତା ଉପରେ ରଖି ନିଜ କାମକୁ ବାହାରିଯାଇଥିଲେ । କେବଳ ସେତିକି ନୁହେଁ ନିକଟରେ ଥିବା ଗାଁ ଗୁଡିକର ଲୋକମାନେ ମଧ୍ୟ ସେଠାକୁ ଆସି ନିଜର ଗାଡି ରଖି ପଳାଇଥିଲେ । ଯାହା ଫଳରେ ରାଜରାସ୍ତା ଉପରେ ୫ କିମି ପର୍ଯ୍ୟନ୍ତ ଗାଡି ଗୁଡିକ ଲମ୍ବି ଯାଇଥିଲା ଏବଂ ସହର ଗୁଡିକର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥିଲା । ମୋଟା ମୋଟି ଭାବରେ କହିବାକୁ ଗଲେ ଜର୍ମାନୀର ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଥିଲା । ହରଡ଼ଘଣାରେ ପଡ଼ିଯାଇଥିଲେ ଜର୍ମାନ ସରକାର । ଯାହାଫଳରେ ସରକାର ପେଟ୍ରୋଲ ଦର କମାଇବା ପାଇଁ ବାଧ୍ୟ ହୋଇଥିଲେ ।