କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସୋମବାର ସନ୍ଧ୍ୟା ମୋଟର ସାଇକେଲ୍ (ସଂଶୋଧନ) ତରଫରୁ ମଞ୍ଜୁରୀ ଦିଆଯାଇଛି । ଏହି ସଂଶୋଧନରେ ଯାତାୟାତ ନିୟମର ଉଲ୍ଲଘଂନ ଉପରେ ଜୋରିମାନା ଲାଗିବାର ପ୍ରାବଧାନ ଦିଆଯାଇଛି । ଏହି ସଂଶୋଧନରେ ଆପାତ୍ତକାଳୀନ ବାହନକୁ ରାସ୍ତା ନଦେବାରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ । ଏହି ନିୟମରେ ସଡକ ସୁରକ୍ଷା କ୍ଷେତ୍ରକୁ ନେଇ ଖୁବ୍ କଠୋର ନିୟମ କରାଯାଇଛି । କିଶୋର ତଥା ନାବାଳିକଙ୍କ ଦ୍ୱାରା ଗାଡି ଚଲାଇବା, ବିନା ଲାଇସେନ୍ସରେ ଗାଡି ଚଲାଇବା,ବିପଦପୂର୍ଣ୍ଣ ଢଙ୍ଗରେ ଗାଡି ଚଲାଇବା,ମଦପିଇ ଗାଡି ଚଲାଇବା,ନିର୍ଦ୍ଧାରିତ ସମୟରୁ ଅଧିକ ସ୍ପୀଡରେ ଗାଡି ଚଲାଇବା,ନିର୍ଦ୍ଧାରିତ ମାନକରୁ ଅଧିକ ଲୋକଙ୍କୁ ବସାଇ ଗାଡି ଚଲାଇବା କିମ୍ବା ଅଧିକ ମାଲ୍ ଲୋଡ୍ କରି ଗାଡି ଚଲାଇବା ଦ୍ୱାରା ଜରିମାନା ଲଗାଇବା ।
ଜରୁରୀକାଳୀନ ବାହନକୁ ରାସ୍ତା ନଦେଲେ ୧୦ ହଜାର ଫାଇନ୍ : ଜରୁରୀକାଳୀନ ବାହନକୁ ରାସ୍ତା ନ ଦେଲେ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିପାରେ । ଅଯୋଗ୍ୟପ୍ରାପ୍ତ ହୋଇଥିବା ବାହନକୁ ମଧ୍ୟ ଚଲାଇଲେ ୧୦ ହଜାର ଫାଇନ୍ ଦେବାକୁ ପଡିପାରେ । ଓଲା,ଉବର୍ ଭଳି ଡ୍ରାଇଭିଙ୍ଗ୍ ଲାଇସେନ୍ସର ନିୟମର ଉଲ୍ଲଘଂନ କଲେ ବିଧେୟକର ପ୍ରାବନ୍ଧାନ ଅନୁସାରେ ୧ ଲକ୍ଷରୁ ଅଧିକ ଜରିମାନା ଲାଗିପାରେ ।
ଦ୍ରୁତ ଗାଡି ଚଲାଇଲେ ଦେବାକୁ ପଡିବ ଜରିମାନା : ନିୟମ ଅନୁସାରେ ସଡକରେ ଦ୍ରୁତ ଗାଡି ଚଲାଇଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡିପାରେ । ବିନା ବୀମା ପଲିସି ବାହନ ଚଲାଇବାରେ ଦୁଇ ହଜାର ଟଙ୍କା ଜରିମାନା ଦେବାକୁ ପଡିପାରେ । ବିନା ହେଲମେଟରେ ଗାଡି ଚଲାଇଲେ ୧ ହଜାର ଟଙ୍କା ଜରିମାନା ଦେବା ସହ ୩ ମାସ ପର୍ଯ୍ୟନ୍ତ ଲାଇସେନ୍ସ ରଦ୍ଦ ହେବ ।
ପିଲାଙ୍କ ପାଇଁ ମଧ୍ୟ ବଢିବ ଅସୁବିଧା : କିଶୋରମାନଙ୍କ ଦ୍ୱାରା ଗାଡି ଚଲାଇବା ଦ୍ୱାରା ସଡକ ଉପରେ କୌଣସି ଅସୁବିଧା ହେଲେ ଏହାର ଦୋଷ ଗାଡି ମାଲିକ କିମ୍ବା ଅଭିଭାବକଙ୍କ ଉପରେ ଆସିବ । ଏଥିପାଇଁ ୩ ବର୍ଷ ଜେଲ୍ ସାଙ୍ଗକୁ ୨୫ ହଜାର ପର୍ଯ୍ୟନ୍ତ ଜରିମାନା ଲାଗିବ । ଏହାସହ ବାହନର ଲାଇସେନ୍ସ ବି ରଦ୍ଦ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/RULE.jpg)
/kanak/media/post_attachments/wp-content/uploads/2019/06/1_1494316138-300x162.jpg)
/kanak/media/post_attachments/wp-content/uploads/2019/06/helmet-pune-300x167.jpg)
/kanak/media/post_attachments/wp-content/uploads/2019/06/yourstory-traffic-road-safety-300x150.png)