କନକ ବ୍ୟୁରୋ : ହିଣ୍ଡେନବର୍ଗ ରିସର୍ଚ ରିପୋର୍ଟକୁ ନେଇ ମୁଁହ ଖୋଲିଲେ ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ୍ ଆଦାନୀ । ଆଦାନୀଗ୍ରୁପ ଓ ସଦସ୍ୟଙ୍କ ଭାବମୂର୍ତି ଖରାପ କରିବାକୁ ଷଡଯନ୍ତ୍ର କରାଯାଇଥିଲା । ହିଣ୍ଡେନବର୍ଗ ମିଛ ତଥ୍ୟ ସହ ରିପୋର୍ଟ ପ୍ରସ୍ତୁତ କରିଥିଲା । ଏହା ପଛରେ ଏକ ଷଡଯନ୍ତ୍ର ଥିବା କହିଛନ୍ତି ଗୌତମ ଆଦାନୀ ।

Advertisment

ଆଦାନୀ ଗ୍ରୁପ୍ ବାର୍ଷିକ ସାଧାରଣ ବୈଠକରେ ଶିଳ୍ପପତି ଗୌତମ ଆଦାନୀ କହିଛନ୍ତି ଆଦାନୀ ଗ୍ରୁପ୍ ବିଶ୍ୱର ବଡ ବଡ ନିବେଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି । ଆଦାନୀ ଗ୍ରୁପ୍ ର ସଫଳତା ପାଇଁ ଓ କମ୍ପାନୀ ଉପରେ ଭରସା ରଖିଥିବାରୁ ନିବେଶକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗୌତମ ଆଦାନୀ ।