କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ବିରାଟ କୋହଲି । ବିରାଟ ଏକାକୀ ଦଳ ପାଇଁ ଲଢେଇ କରିଛନ୍ତି । ବିରାଟ ଶତକ କରିନଥିଲେ ମଧ୍ୟ ୭୯ ରନର ଦମଦାର ପାଳି ଖେଳି ଦଳକୁ ୨୨୩ ରନର ଦୃଢ ସ୍ଥିତିରେ ପହଞ୍ଚାଇଥିଲେ । ତେବେ ବର୍ଷ ଆରମ୍ଭରୁ ବିରାଟଙ୍କ ଏଭଳି ପ୍ରଦର୍ଶନରେ ତାଙ୍କୁ ପ୍ରଶଂସା କରିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ।

Advertisment

ଗୌତମ ଗମ୍ଭୀର କହିଛନ୍ତି କି, ବିରାଟ କୋହଲି ନିଜେ ଅନେକ ଥର କହିଛନ୍ତି ଯଦି ତୁମେ ଇଂଲଣ୍ଡରେ ରନ କରିବାକୁ ଚାହୁଁଛ, ତେବେ ତାହାଲେ ନିଜ ଇଗୋକୁ ସାଇଡରେ ରଖିବାକୁ ପଡିବ । ଆଜି ବିରାଟ ନିଜେ ସେୟା କରିଛନ୍ତି ନିଜ ଇଗୋକୁ କିଟ ବ୍ୟାଗରେ ବନ୍ଦ କରିଦେଇଛନ୍ତି । ସେଥିପାଇଁ ସେ ଭଲ ପ୍ରଦର୍ଶନ କରିପାରିଲେ ।

ଆହୁରି କହିଥିଲେ କି, ଏହି ପାଳିରେ ବିରାଟ ବାହାରକୁ ଯାଉଥିବା ବଲକୁ ଛାଡି ନଥିଲେ । ସେ ବିଟ୍ ହୋଇଥିଲେ ସତ ହେଲେ ସବୁ ବଲରେ ବଡ ସଟ ଖେଳିବାକୁ ଚେଷ୍ଟା କରିନଥିଲେ । ଯାହା ତାଙ୍କୁ ବଡ ପାଳି ଖେଳିବାରେ ସାହାଯ୍ୟ କଲା ।