ସଫଳତାର କାହାଣୀ କହିଲେ ଜେଇ ଓଡ଼ିଶା ଟପ୍ପର ଗୌତମ ଦାସ

କରୋନା ଯୋଗୁ ଘରେ ରହି ଅଧିକ ପଢିବା ପାଇଁ ମିଳିଛି ସୁଯୋଗ; କହିଲେ, ଦୁଃଖରେ ଭାଙ୍ଗିନଯାଇ ଖୁସିରେ ଆତ୍ମହରା ନହୋଇ ଆଗକୁ ବଢିବା ଆବଶ୍ୟକ

117

କନକ ବ୍ୟୁରୋ : ଜେଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଛନ୍ତି ଗୌତମ ଦାସ । ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସର୍ବଭାରତୀୟ ସ୍ତରରେ ୨୮ ତମ ସ୍ଥାନରେ ରହିଛି ମେଧାବୀ ଛାତ୍ର ଗୌତମ । ଜେଇ ମେନରେ ୯୯.୯୯ରୁ ଅଧିକ ପରସେଂଟାଇଲ ରଖି ସେ ଏପରି କୃତିତ୍ୱ ଅର୍ଜନ କରିଛନ୍ତି । ବାଲେଶ୍ୱରର ମାଣିିକଖମ୍ବ ସରସ୍ୱତୀ ଶିଶୁମନ୍ଦିରରୁ ଦଶମ ପାସ ପରେ ସାଇ ଇଂଟରନେସନାଲ ସ୍କୁଲରେ ପ୍ଲସ ଟୁ ପଢୁଥିଲେ ଗୌତମ ।

ପିଲାଟି ବେଳୁ ଅତ୍ୟନ୍ତ ମେଧାବୀ ଥିବା ଗୌତମ ସଫଳତାର କଥା କହିଛନ୍ତି । କହିଛନ୍ତି, କରୋନା ଯୋଗୁ ଘରେ ରହି ଅଧିକ ପଢିବା ପାଇଁ ମିଳିଛି ସୁଯୋଗ । ଦୁଃଖରେ ଭାଙ୍ଗିନଯାଇ ଖୁସିରେ ଆତ୍ମହରା ନହୋଇ ଆଗକୁ ବଢିବା ଆବଶ୍ୟକ ବୋଲି କହିଛନ୍ତି ଗୌତମ । ଏହା ସହ ଗୌତମ କହିଛନ୍ତି କ୍ଲାସରେ ମନଧ୍ୟାନ ଦେଇ ପାଠ ବୁଝିଥିଲେ, ଏଭଳି ଫଳ ମିଳିବ । ଜେଇ ମେନରେ ସଫଳତା ପରେ ଜେଇ ଆଡଭାନ୍ସ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି ଗୌତମ ।