ଟ୍ରକ୍ ସହ ଧକ୍କା ହୋଇ ଜଳିଗଲା କାର୍ । ଚାଲିଗଲା ୪ ଜୀବନ, ଜଣେ ଗୁରୁତର ।

552

କନକ ବ୍ୟୁରୋ: ପଞ୍ଜାବ ହୋସିଆରପୁରରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏଠାରେ ଏକ ଟ୍ରକ୍ ସହ ଦକ୍କା ହୋଇ ଧୁ ଧୁ ହୋଇ ଜଳିଗଲା କାର୍ । ଏଥିରେ ଥିବା ୪ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁୁରୁତର ଥିବା ଜଣାପଡିଛି ।

ସୂଚନା ମୁତାବକ, ଏଠାରେ ଏକ ଟ୍ରକ୍ ସହ କାର ଧକ୍କା ହେବା ଫଳରେ କାରରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ କାରରେ ଥିବା ଯାତ୍ରୀ ବାହାରିବାକୁ ସମୟ ପାଇନଥିଲେ । ସ୍ଥାନୀୟ ଲୋକେ ଆସି ଜଣକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲ ସ୍ଥାନାନ୍ତର କରିଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।