ଗୋଠପାଟଣା ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ଘଟଣା । ୨୩ ଦିନ ପରେ ଅଭିଯୁକ୍ତ ନିଖିଲକୁ ବାନ୍ଧିଲା ପୋଲିସ ।

609

କନକ ବ୍ୟୁରୋ: ଚନ୍ଦକା ଗୋଠପାଟଣା ଅଞ୍ଚଳରେ ମହିଳା ଜଳଖିଆ ଦୋକାନୀ ସସ୍ମିତା ବେହେରାଙ୍କୁ ଛୁରୀ ଭୂସି ହତ୍ୟା ଘଟଣାରେ ଅଭିଯୁକ୍ତକୁ ଧରିଲା ପୁଲିସ। ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ । ଗିରଫ ଅଭିଯୁକ୍ତ ନିଖିଲ ଜେନା । ଗତ ନଭେମ୍ବର ୭ ତାରିଖରେ ମହିଳାଙ୍କୁ ବିଭତ୍ସ ଭାବେ ଛୁରୀ ଭୁଷି ହତ୍ୟା କରାଯାଇଥିଲା । ମହିଳାଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ପରିବାର ସହ କ୍ରୀଷ୍ଣାପୁରୀ ଅଞ୍ଚଳରେ ରହୁଥିଲେ । ଗୋଠପାଟଣା ଅଞ୍ଚଳରେ ଏହି ଜଳଖିଆ ଦୋକାନ କରିଥିଲେ ।