କନକ ବ୍ୟୁରୋ : ନୂଆ ପ୍ରଜାତିର ଘାସ ଚାଷ କରି ଚର୍ଚ୍ଚାରେ ଖୋର୍ଦ୍ଧା ଲେଖନପୁର ଗାଁର ଏସଏଚଜି ମହିଳା ଏହି ଆଜୋଲା ଘାସକୁ ଗାଇ, ଛେଳି, କୁକୁଡ଼ା ଓ ଘୁଷୁରିଙ୍କ ପାଇଁ ହାଇ ପ୍ରୋଟିନ୍ ଯୁକ୍ତ ଖାଦ୍ୟ । ଏହା ଏକ ଭାସମାନ ଉଦ୍ଭିଦ ଯାହା ପାଣି ଭିତରେ ଖୁବ୍ ଶିଘ୍ର ବଢ଼ିଥାଏ । ଯେଉଁ ଚାଷୀ ମାନଙ୍କ ପାଖରେ ସବୁଜ ଘାସ କିମ୍ବା ଚାରା ପ୍ରସ୍ତୁତ କରିବା ପାଇଁ ଅଧିକ ଜାଗା ନାହିଁ ସେମାନେ ଆଜୋଲାକୁ ଖୁବ୍ ସହଜରେ ଚାଷ କରିପାରିବେ । ସେମାନଙ୍କ ଗାଇ, ଛେଳି ଓ ଘୁଷୁରି ଚାଷ ପାଇଁ ସହଜରେ ହାଇ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଯୋଗାଇପାରିବେ । ଏହି ଭଳି ଏକ ଚାଷ କରି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାକୁ ଆସିଛନ୍ତି ଅଣ୍ଣପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ।

Advertisment

ଏସଏଚଜି ମହିଳା ମାନେ ଗାଇ, ଛେଳି, କୁକୁଡ଼ା ଚାଷ କରିଥିବା ବେଳେ ଦିନେ ଏହି ଚାଷ ପାଇଁ ଖାଦ୍ୟ ସମସ୍ୟା ସାଙ୍ଗକୁ ଆବଶ୍ୟକ ପରିମାଣର ଟଙ୍କା ଏମାନଙ୍କ ପାଖରେ ନଥିଲା । ବ୍ଲକ୍ରେ ଆଜୋଲା ଚାଷ ବିଷୟରେ ଏମାନଙ୍କୁ ଏକ ତାଲିମ ଦିଆଯିବା ପରଠାରୁ ଆଉ ପଛକୁ ଫେରିନାହାନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ନିଜ ବାଡ଼ି ଅଗଣାରେ ଛୋଟ ଛୋଟ ବେଡ଼ ପ୍ରସ୍ତୁତ କରି ଗୋଖାଦ୍ୟ ଭାବେ ଏହାକୁ ବ୍ୟବହାର କରୁଛନ୍ତି । ନିଜର ଆବଶ୍ୟକତା ପୂରଣ କରିବା ସହ କିଲୋ ପିଛା ୯୦ରୁ ୧୦୦ ଟଙ୍କାରେ ବିକ୍ରି କରି ନିଜେ ସ୍ୱାବଲମ୍ବୀ ହୋଇପାରୁଛନ୍ତି ।

ଏହି ଚାଷ କରିବା ଦ୍ୱାରା ଗାଇ-ଗୋରୁ, ଛେଳି, କୁକୁଡ଼ା ଚାଷ ପାଇଁ ଦାନା ଖର୍ଚ୍ଚ କମ୍ ହୋଇପାରୁଛି । ଗାଇ ମାନେ ମଧ୍ୟ ଭଲ କ୍ଷୀର ଦେଉଥିବା ସେମାନେ କହିଛନ୍ତି ।