କନକ ବ୍ୟୁରୋ : ଦୁଇ ନେତାଙ୍କ ଗତି କୁଆଡେ । ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ନେଇ ଏବେ ବଢୁଛି ଚର୍ଚ୍ଚା । ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେଡି ନେତା ସଂଜୟ କୁମାର ଦାସବର୍ମାଙ୍କ ବାରମ୍ବାର ଭେଟଘାଟ ନେଇ ବଢୁଛି ସସପେନ୍ସ । ଅନେକ ସଭାସମିତିରେ ଏହି ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ଦେଖିବାକୁ ମିଳୁଛି । କୃଷ୍ଣପ୍ରସାଦର ଓରା ଗାଁରେ ଥିବା ହରଦେବଙ୍କ ମନ୍ଦିର ପ୍ରତିଷ୍ଠା ଦିବସରେ ଏହି ଦୁଇ ନେତାଙ୍କୁ ଦେଖିବାକୁ ମିଳିଥିଲା । ସେହିଭଳି ଦୁଇ ପ୍ରତିଦ୍ୱନ୍ଦୀଙ୍କ ହାତ ମେଳାମେଳିରୁ ନେଇ ସ।ରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ପାଖେଇ ପାଖେଇ ଅସୁଥିବା ବେଳେ ଏବେ ଦୁଇ ନେତାଙ୍କ ଉପରେ ସନ୍ଦେହ ବଢି ବଢି ଚାଲିଛି । ବାସ୍ତବିକ ଦୁଇ ନେତାଙ୍କର ଗତି କୁଆଡେ କିଛି ଜଣାପଡୁନଥିବା ବେଳେ ଦୁଇ ଜଣଙ୍କୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।