ଭିତରକନିକା ଜାତୀୟ ଉଦ୍ୟାନରୁ କୁମ୍ଭୀର ଛୁଆ ଗାଏବ ! ମୃତ୍ୟୁବରଣ କରିଛି ନା ଷଡଯନ୍ତ୍ର ? ଡିଏଫଓଙ୍କ କଥା ଶୁଣିଲେ ଆପଣ ବି ହୋଇଯିବେ ଚକିତ

49

କନକ ବ୍ୟୁରୋ: ଭିତର କନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରୁ ଧଳା କୁମ୍ଭୀର ଶାବକ ଗାଏବ ହୋଇଯାଇଛି । ଗତବର୍ଷ ଅକ୍ଟୋବରରେ ପ୍ରଜନନ କେନ୍ଦ୍ର ମଧ୍ୟରେ ଏହି ଧଳା କୁମ୍ଭୀର ଶାବକକୁ ଦେଖିବାକୁ ମିଳିଥିଲା । ଦୀର୍ଘ ୪୩ବର୍ଷ ପରେ କୁତ୍ରିମ ଉପାୟରେ କୁମ୍ଭୀର ଅଣ୍ଡାରୁ ଧଳା କୁମ୍ଭୀର ଶାବକ ମିଳିଥିଲା । ଏହାକୁ ନେଇ ସବୁ ମହଲରେ ଖୁସିର ଲହରି ଖେଳିଯାଇଥିଲା ।

ମାତ୍ର ବର୍ଷକ ପରେ ଧଳା କୁମ୍ଭୀର ଶାବକଟି ପ୍ରଜନନ କେନ୍ଦ୍ର ମଧ୍ୟରେ ନଥିବାରୁ ସନ୍ଦେହ ପ୍ରକାଶ ପାଇଛି । ଧଳା କୁମ୍ଭୀର ଶାବକଟି ମୃତ୍ୟୁ ବରଣ କରିଛି ନା ଏହା ପଛରେ ଅନ୍ୟ କିଛି ଷଡଯନ୍ତ୍ର ରହିଚି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତବର୍ଷ ଗୋରୀ, ଶଙ୍ଖୁଆ ପରେ ଆଉ ଏକ ଧଳା କୁମ୍ଭୀର ଛୁଆ ଭିତରକନିକାରେ ଦେଖିବାକୁ ମିଳିଥିଲା ।

ତେବେ ଧଳା କୁମ୍ଭୀର ଶାବକ ଗାଏବ ହେବା ନେଇ ରାଜନଗର ଡିଏଫଓ ବିମଲ ପ୍ରସାଦ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ ଅତ୍ୟନ୍ତ ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି । ତାଙ୍କ ନିକଟରେ ସେପରି କିଛି ଅଭିଯୋଗ ହୋଇନଥିବା ସେ କହିଛନ୍ତି ।