ସପା-ବସପା ଗଠବନ୍ଧନକୁ ବଡ଼ ଝଟକା ! ଏନଡିଏରେ ସାମିଲ ହେଲା ନିଷାଦ୍ ପାର୍ଟି,ଦଳ ଛାଡି ବିଜେପିରେ ସାମିଲ ହେଲେ ସାଂସଦ ପ୍ରବୀଣ ନିଷାଦ୍ ।

225

ଗୋରଖପୁରରେ ସପା-ବସପା ଗଠବନ୍ଧନକୁ ଝଟକା ଦେଇ ବିଜେପି ପାର୍ଟି ଗୁରୁବାର ନିଷାଦଙ୍କୁ ଏନଡିଏରେ ସାମିଲ କରିିଛି । ଉତ୍ତରପ୍ରଦେଶ ବିଜେପି ପ୍ରଭାରୀ ଜେପି ନଡ୍ଡା ଏବଂ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହଙ୍କ ଉପସ୍ଥିତିରେ ପାର୍ଟିର ଅଧ୍ୟକ୍ଷ ସଂଜୟ ସିଂହ ଏନଡିଏରେ ସାମିଲ୍ ହୋଇଥିଲେ । ଅନ୍ୟପକ୍ଷରେ ତାଙ୍କ ପୁଅ ଏବଂ ଗୋରଖପୁରରେ ଥିବା ସାଂସଦ ପ୍ରବୀଣ ନିଷାଦ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ । ଆପଣଙ୍କୁ କହିରଖୁଛୁ ଗୋରଖପୁର ଉପନିର୍ବାଚନରେ ପ୍ରବୀଣ ନିଷାଦ୍ ସପା ଟିକେଟରେ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ । ଚଳିତଥର ମଧ୍ୟ ନିଷାଦ୍ ପାର୍ଟି ଅଖିଲେଶ୍ ଯାଦବଙ୍କ ସହ ମିଶି ନିର୍ବାଚନ ଲଢିବା ପାଇଁ ଇଚ୍ଛୁକ ଥିଲେ । ଯେଉଁଥିପାଇଁ ଲଖନଉଁରେ ପ୍ରେସ୍ କନଫରେନ୍ସ ମଧ୍ୟ କରାଯାଇଥିଲା । ସେତେବେଳେ କୁହାଯାଇଥିଲା ଯେ ଏହି ପାର୍ଟିର ଗଠବନ୍ଧନ ଦୁଇଟି ସିଟରେ ବଣ୍ଟାଯିବ । କିନ୍ତୁ ସାକ୍ଷାତକାରର ଦୁଇଦିନ ପରେ ହିଁ ପାର୍ଟି ଏନଡିଏରେ ସାମିଲ୍ ହେବାପାଇଁ ଘୋଷଣା କରିଥିଲେ ।

ଏନଡିଏରେ ସାମିଲ ହେବା ପରେ ସଂଜୟ ନିଷାଦ୍ ଆଜିର ଦିନକୁ ଐତିହାସିକ ବୋଲି କହିଥିଲେ । ସେ କହିଥିଲେ ବିଗତ ୭୦ ବର୍ଷ ଧରି ଦଳିତ,ପଛୁଆ ବର୍ଗ ଏବଂ ଶୋଷିତଙ୍କୁ ଧ୍ୟାନ ଦିଆଯାଉନାହିଁ । କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ମୋଦି ଗାଁର ବିକାଶ କରୁଛନ୍ତି । ପୁଣି ଆଉ ଥରେ ମୋଦିଙ୍କୁ ମଜବୁତ କରିବା ପାଇଁ ସେ ଏନଡିଏରେ ସାମିଲ୍ ହେଲେ । କିନ୍ତୁ ସଂଜୟ ନିଷାଦ୍ ବିଜେପିର ସଦସ୍ୟତା ଗ୍ରହଣ କରିନାହାନ୍ତି ।