ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସିଆରପିଏଫରେ କାର୍ଯ୍ୟରତ ଥିବା ଗୋରଖପୁର୍ ର ଯବାନ ଅବଧେଶ୍ ଆଘାତ ହୋଇଥିଲେ । କିନ୍ତୁ ସେ ଘରଲୋକଙ୍କୁ ଆଘାତ ହେବାର କଥା ଲୁଚାଇ ରଖିଥିଲେ । ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ହେବା ପରେ ଯେତେବେଳେ ଯବାନ ଗାଁକୁ ଫେରିଥିଲେ ସେତେବେଳେ ତାଙ୍କର ଜୋରସୋରରେ ସ୍ୱାଗତ କରାଗଲା । ପାକିସ୍ତାନ ବିପକ୍ଷରେ ଦ୍ୱିତୀୟବାର ସର୍ଜିକାଲ୍ ଷ୍ଟ୍ରାଇକ୍ ରେ ଯେଉଁଠି ସେନା ଏବଂ ଦେଶରେ ଜୋଶ୍ ବଢାଇ ଦେଇଛି ସେଠି ଅନ୍ୟ ପକ୍ଷରେ ଆଘାତ ଯବାନଙ୍କ ଉତ୍ସାହ ମଧ୍ୟ କମ୍ ହୋଇନାହିଁ । ସେମାନେ କୌଣସି ବି ସମୟରେ ଡ୍ୟୁଟିରେ ଜଏନ୍ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ।
ଗୋରଖପୁର ଶଖନୀ ଗ୍ରାମରେ ରହୁଥିବା ସତ୍ୟନାରାୟଣଙ୍କ ପୁଅ ସିଆରପିଏଫ ଯବାନ ଅବଧେଶ୍ କୁମାର ମଧ୍ୟ କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆଘାତ ହୋଇଥିଲେ । ଯେତେବେଳେ ପରିବାର ତାଙ୍କୁ ଖବର ପଚାରିଥିଲେ ସେନା ଡାକ୍ତରଖାନାରେ ଆଡମିଟ୍ ହେବା ପରେ ମଧ୍ୟ ଏହି ଯବାନ୍ ଘରଲୋକଙ୍କୁ ଆଘାତର କୌଣସି ସୂଚନା ଦେଇନଥିଲେ । ଅବଧେଶ୍ ଙ୍କ ମୁଣ୍ଡ ଏବଂ ହାତରେ ଗଭୀର ଆଘାତ ଲାଗିଥିଲା । ଗୃହମନ୍ତ୍ରୀ ରାଜନାଥ୍ ସିଂହ ସେନା ହସପିଟାଲରେ ପହଂଚିବା ଖବର ଟିଭିରେ ପ୍ରସାରଣ ହେବା ପରେ ଟିଭିରେ ପୁଅକୁ ଦେଖି ବାପା ତାଙ୍କ ଆଘାତ ଖବର ପାଇଥିଲେ । ଘରକୁ ଆସିବା ପରେ ଯବାନଙ୍କ ଭବ୍ୟ ସ୍ୱାଗତ ଗ୍ରାମବାସୀ ପୁଷ୍ପମାଳା ସହ କରିଛନ୍ତି । ତାଙ୍କୁ ୫ ସପ୍ତାହର ଛୁଟି ମିଳିଛି । କିନ୍ତୁ ଯଦି ତାଙ୍କର ଆବଶ୍ୟକତା ସେନାକୁ ପଡେ ତେବେ ସେ ଯେଉଁ ସମୟରେ ବି ଡ୍ୟୁଟିରେ ଜଏନ୍ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ତାଙ୍କର ଆଙ୍ଗୁଠିର ଅପରେସନ୍ ଥିବା ବେଳେ ମୁଣ୍ଡରେ ମଧ୍ୟ କିଛି ଚିକିତ୍ସା ହେବା ଅଧାରେ ରହିଛି । କିନ୍ତୁ ଏହି ଯବାନ ପ୍ରଥମେ ନିଜ ଦେଶ ତା’ପରେ ଆଉ କିଛି କହୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/IMG-20190228-WA0016-1.jpg)
/kanak/media/post_attachments/wp-content/uploads/2019/03/Pulwama_3517-300x225.jpg)