ଝିଅର ବାହାଘର କିନ୍ତୁ କଂଗ୍ରେସ ଦେଉନାହିଁ କାର୍ଯ୍ୟାଳୟର ଭଡା, ଥାନାରେ ପହଂଚିଲା ମାମଲା

862

କନକ ବ୍ୟୁରୋ : କଂଗ୍ରେସ କାର୍ଯ୍ୟାଳୟର ଭଡା ବିବାଦ ଏବେ ପାଟିତୁଣ୍ଡ ପରେ ଥାନାରେ ପହଂଚିଛି । ଉତ୍ତର ପ୍ରଦେଶର ଟିପି ନଗର ଯେଉଁଠାରେ ପ୍ରିୟଙ୍କା ଗାନ୍ଧୀଙ୍କ ରାଲି ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟ ଖୁଲିଥିଲା ସେହି ଘରର ମାଲିକ ଅଭିଯୋଗ କରବିାକୁ ଥାନାରେ ପହଂଚିଛନ୍ତି ।

ଅଭିଯୋଗରେ ଘର ମାଲିକା ରାଜମନ ରାୟ ଲେଖିଛନ୍ତି କି କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅଜୟ କୁମାର ଲଲୁଙ୍କ କହିବା ପରେ ସେ ନିଜର ଏକ ଘରକୁ କଂଗ୍ରେସ କାର୍ଯ୍ୟାଳୟ ଖୁଲିବାକୁ ଭଡାରେ ଦେଇଥିଲେ । ଏନେଇ ଗୋରଖପୁର କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷ ନିର୍ମାଳା ପାସୱାନ ମାସିକ ୧୫ ହଜାର ଟଙ୍କା ଦେବାକୁ କହିଥିଲେ । ହେଲେ ପାର୍ଟି ତରଫରୁ ୨୦୧୯ ମସିହାରୁ ଏହି ଘରର ଭଡା ଦିଆଯାଇ ନାହିଁ । ଏବେ କଂଗ୍ରେସ ଉପରେ ପାଖା ପାଖି ୩ ଲକ୍ଷ ୯୦ ହଜାର ଟଙ୍କା ଘରଭଡା ବାକି ରହିଛି ।

ଘର ମାଲିକ ରାଜମନ ରାୟଙ୍କ କହିବା ମୁତାବକ ଏନେଇ କଂଗ୍ରେସର କୌଣସି ନେତା ତାଙ୍କ ସହ ଯୋଗା ଯୋଗ କରୁନାହାଁନ୍ତି । ଏହାସହ କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷ କହୁଛନ୍ତି କି ଘରଭଡା ନେଇ ପାର୍ଟି ତରଫରୁ କୌଣସି ଏଗ୍ରିମେଣ୍ଟ କରାଯାଇ ନାହିଁ । ରାଜମନ କହିଛନ୍ତି କି ମୁଁ ବିଶ୍ୱାସରେ ଘରଭଡା ଦେଇଥିଲି ଓ କୌଣସି ପରିସ୍ଥିତିରେ ମୁଁ ଘରଭଡା ଆଦାୟ କରିବି । ଡିସେମ୍ବର ୨ ତାରିଖରେ ମୋର ଝିଅ ବାହାଘର ରହିଛି ତେଣୁ ମୋତେ ମୋ ଘରଭଡା ମିଳିଲେ ବାହାଘର କାମରେ ଟଙ୍କା ଲାଗିବ ବୋଲି ରାଜମନ କହିଛନ୍ତି । ହେଲେ କଂଗ୍ରେସ ନେତାମାନେ ଘରଭଡା ଦେବାକୁ ରାଜି ନଥିବାରୁ ସେ ଥାନାରେ ଅଭିଯୋଗ କରିଥିବା କଥା କହିଛନ୍ତି ।