କନକ ବ୍ୟୁରୋ: ଗୋପାଳର ହେବ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ । ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ କରିବାକୁ ମିଳିଲା କୋର୍ଟଙ୍କ ଅନୁମତି । ତୃତୀୟ ପର୍ଯ୍ୟାୟରେ ଗୋପାଳକୁ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ । ଆଉ ଏହି ସମୟରେ ଗୋପାଳ ମୁହଁରୁ ସତ ଓଗାଳିବା ପାଇଁ ତାର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରାଯାଇପାରେ ବୋଲି ସୂଚନା ମିଳିଛି ।
ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୩ଦିନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ନେଇ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ । ହେଲେ ଏଥିରୁ ହତ୍ୟାକାଣ୍ଡର ରହସ୍ୟ ଭେଦିବାକୁ ସକ୍ଷମ ହୋଇନି ତଦନ୍ତକାରୀ ଦଳ । ଏବେ ନାର୍କୋଟେଷ୍ଟରୁ ହୁଏତ ସତ ପଦାକୁ ଆସିାପରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/31-3.jpg)