ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ : ବେଆଇନ ଅର୍ଥ କାରବାର ନେଇ ପଚରାଉଚରା

Advertisment
ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ : ବେଆଇନ ଅର୍ଥ କାରବାର ନେଇ ପଚରାଉଚରା

କନକ ବ୍ୟୁରୋ : ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ । ଟାଟା ନିଯୁକ୍ତି ଠକେଇ ଘଟଣାରେ ତାଙ୍କୁ ସମନ୍ ହୋଇଥିବା ବେଳେ ଆଜି ସେ ଇଡିରେ ହାଜର ହୋଇଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣରୁ ୨ଥର ହାଜର ହୋଇପାରିନଥିଲେ ପ୍ରଦୀପ । ଏହା ପୂର୍ବରୁ ଝିଅ ଶୃତି ପାଣିଗ୍ରାହୀଙ୍କୁ ବି ଇଡିରେ ହାଜର ହୋଇଥିଲେ । ଆକାଶ ପାଠକ ଓ ଅଭୟ ପାଠକଙ୍କୁ ବି ଇଡିରେ ହାଜର କରାଯାଇଥିଲା ।

ଝାରପଡା ଜେଲକୁ ଯାଇ ଆକାଶଙ୍କୁ ଜେରା କରିଥିଲା ଇଡି । ଆକାଶ ଦେଇଥିବା ତଥ୍ୟ ଆଧାରରେ ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା କରାଯିବ । ସେପଟେ ଇଡିରେ ହାଜର ନେଇ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ମୁଁ ଆଇନଙ୍କୁ ସମ୍ମାନ କରେ, ତେଣୁ ଇଡିକୁ ପୂର୍ଣ୍ଣ ସହଯୋଗ କରିବି । ନିୟମ ଅନୁସାରେ ଝିଅକୁ ପଚାରାଉଚାର ଯାଇଛି, ଆକାଶ ଆଉ ଅଭୟଙ୍କୁ ବି ପଚରାଯାଉଛି । ଇଡି ତାର କାମ କରୁଥିବା କଥା ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe