କନକ ବ୍ୟୁରୋ : ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ । ଟାଟା ନିଯୁକ୍ତି ଠକେଇ ଘଟଣାରେ ତାଙ୍କୁ ସମନ୍ ହୋଇଥିବା ବେଳେ ଆଜି ସେ ଇଡିରେ ହାଜର ହୋଇଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣରୁ ୨ଥର ହାଜର ହୋଇପାରିନଥିଲେ ପ୍ରଦୀପ । ଏହା ପୂର୍ବରୁ ଝିଅ ଶୃତି ପାଣିଗ୍ରାହୀଙ୍କୁ ବି ଇଡିରେ ହାଜର ହୋଇଥିଲେ । ଆକାଶ ପାଠକ ଓ ଅଭୟ ପାଠକଙ୍କୁ ବି ଇଡିରେ ହାଜର କରାଯାଇଥିଲା ।
ଝାରପଡା ଜେଲକୁ ଯାଇ ଆକାଶଙ୍କୁ ଜେରା କରିଥିଲା ଇଡି । ଆକାଶ ଦେଇଥିବା ତଥ୍ୟ ଆଧାରରେ ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା କରାଯିବ । ସେପଟେ ଇଡିରେ ହାଜର ନେଇ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ମୁଁ ଆଇନଙ୍କୁ ସମ୍ମାନ କରେ, ତେଣୁ ଇଡିକୁ ପୂର୍ଣ୍ଣ ସହଯୋଗ କରିବି । ନିୟମ ଅନୁସାରେ ଝିଅକୁ ପଚାରାଉଚାର ଯାଇଛି, ଆକାଶ ଆଉ ଅଭୟଙ୍କୁ ବି ପଚରାଯାଉଛି । ଇଡି ତାର କାମ କରୁଥିବା କଥା ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/18-36.jpg)