ବ୍ରହ୍ମପୁର କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କ ନାଁରେ ରହିଛି ୫ ମାମଲା

207

କନକ ବ୍ୟୁରୋ: ପାଞ୍ଚଟି ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କ ସହ ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ବ୍ରହ୍ମପୁର ଜେଏମଏଫସି କୋର୍ଟରେ ହାଜର ହୋଇଛନ୍ତି । ପ୍ରଦୀପଙ୍କ ନାଁରେ ୫ ମାମଲା ରହିଥିବା ବେଳେ ଆକାଶଙ୍କ ନାଁରେ ୩ଟି ମାମଲା ଓ ଅଭୟଙ୍କ ନାଁରେ ୨ଟି ମାମଲା ରହିଛି । ଟାଟା କମ୍ପାନୀରେ ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ ଗୋଳନ୍ତରା ଥାନାରେ ହୋଇଥିବା ଗୋଟିଏ ମାମଲାରେ ଡିସଚାର୍ଜ ପିଟିସନ୍ ଫାଇଲ୍ କରିଥିଲେ ପ୍ରଦୀପଙ୍କ ଓକିଲ । ତେବେ ଏ ନେଇ ସମୟ ମାଗିଥିଲେ ସରକାରୀ ଓକିଲ । ଆଜି ସମସ୍ତ ମାମଲାରେ ଚାର୍ଜଫ୍ରେମ୍ ରହିଥିବାରୁ ଏମାନେ କୋର୍ଟରେ ହାଜର ହୋଇଥିବା ଜଣାପଡିଛି । ନ୍ୟାୟିକ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ କୋର୍ଟ ଆସିଥିବା କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।