କନକ ବ୍ୟୁରୋ : ଜେଏମଏଫସି କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବ୍ରହ୍ମପୁର ଜେଏମଏଫସି କୋର୍ଟରେ ହାଜର ହୋଇଛନ୍ତି ପ୍ରଦୀପ । କୋର୍ଟରେ ପାଠକ ବାପ-ପୁଅ ବି ହାଜର ହୋଇଛନ୍ତି । ଟାଟାରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ ମାମଲାରେ ହାଜର ହୋଇଛନ୍ତି ପ୍ରଦୀପ ଓ ପାଠକ ବାପ-ପୁଅ । ଏହାପୂର୍ବରୁ ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ପ୍ରଦୀପ । ଜେଲରେ ଦୀର୍ଘ ଦିନ ରହିବା ପରେ ଜାମିନରେ ବାହାରକୁ ଆସିଛନ୍ତି ପ୍ରଦୀପ । ଠକେଇ ମାମଲା ସାମ୍ନାକୁ ଆସିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିଲା ।

Advertisment