ଗୋପାଳପୁର ମେ’ଫେୟାର ହୋଟେଲ୍ ସିଲ୍ ହେବା ଘଟଣା : ପ୍ରଶାସନର ପଦକ୍ଷେପକୁ ସ୍ୱାଗତ ସହ କ୍ଷମା ପ୍ରାର୍ଥନା କଲେ ମେ’ଫେୟାର୍ ଗ୍ରୁପ୍ ଅଧ୍ୟକ୍ଷ ଦିଲ୍ଲୀପ ରାୟ

1,031

କନକ ବ୍ୟୁରୋ: ଗୋପାଳପୁର ମେ ଫେୟାର ହୋଟେଲ ସିଲ ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀପ ରାୟ । ମେ ଫେୟାର ହୋଟେଲ ଗ୍ରୁପର ଅଧ୍ୟକ୍ଷ ଭାବରେ ସେ ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ତେବେ ମେ ଫେୟାର ପକ୍ଷରୁ କୋଭିଡ ନିୟମର ଉଂଲଘନ କରାଯାଇଥିବାରୁ ସେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ଗତକାଲି ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କ ପୁଅ ବାହାଘର ଗୋପାଳପୁର ସ୍ଥିତ ମେ ଫେୟାର ହୋଟେଲରେ ଆୟୋଜନ ହୋଇଥିଲା ।

ବିବାହ ଉତ୍ସବରେ କୋଭିଡ ନିୟମ ପାଳନ କରାଯାଇନଥିବାରୁ ଏହି ହୋଟେଲକୁ ସିଲ କରିଦେଇଛି ଜିଲ୍ଳା ପ୍ରଶାସନ । ବିବାହ ଉତ୍ସବରେ ଯୋଗଦେଇଥିବା ବରଯାତ୍ରୀ ମୁହଁରେ ମାସ୍କ ନପିନ୍ଧି ଓ ସାମାଜିକ ଦୂରତା ନରଖି ପ୍ରସେସନରେ ସାମିଲ ହୋଇଥିଲେ । ଏହି ଘଟଣାରେ ଗଂଜାମ ଜିଲ୍ଲା ପ୍ରଶାସନ ବର ଓ କନ୍ୟା ପକ୍ଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ହୋଟେଲକୁ ସିଲ କରିଦେଇଛି ।