କନକ ବ୍ୟୁରୋ : ଗୋପଳପୁର ଆଇଟିଆଇ କଲେଜରେ ଇଲେକ୍ଟ୍ରିକାଲ ବିଭାଗରେ ପାଠ ପଢ଼ୁଥିବା ଏହି ଛାତ୍ରୀ ଆଉ ଦୁନିଆରେ ନାହାଁନ୍ତି । କୌଣସି ଏକ ଦୁର୍ବଳ ମୁହୁର୍ତରେ ଚାପର ବସବର୍ତୀ ହୋଇ ଆତ୍ମହତ୍ୟା କରି ଦେଇଥିବା ଅଭିଯୋଗ ହୋଇଛି । ପ୍ରେମ ପାଇଁ ଯୁବତୀ ଜଣ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କଲେଜରେ ପାଠ ପଢ଼ିବାକୁ ଯାଇଥିବା ସମୟରେ ପ୍ରେମକୁ ନେଇ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଉ ଏହି ଘଟଣା ପରେ ହିଁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

Advertisment

ମୃତ୍ୟୁ ପରେ ପରିବାର ଲୋକ ଛାତ୍ରୀଙ୍କ ଅନ୍ତିମ ସଂସ୍କାର କରିଦେଇଥିଲେ । ହେଲେ ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କରିଥିଲେ? ଆତ୍ମହତ୍ୟା ପଛରେ କଲେଜର ଘଟଣା ଦାୟୀ କି? ଯେଉଁ ଯୁବକଙ୍କ ସହ ପ୍ରେମ କଥା କୁହାଯାଉଛି, ସଂପୃକ୍ତ ଯୁବକଙ୍କ କୌଣସି ଭୂମିକା ରହିଛି? ଏହି ସବୁ ଦିଗରେ ତଦନ୍ତ କରିବା ପାଇଁ ଘଟଣାସ୍ଥଳରେ ପହଂଚିଛି ପୁଲିସ୍ । କୃଷ୍ଣପ୍ରସାଦ ବ୍ଲକ ଗୋପାଳପୁର ଗାଁରେ ପୁଲିସ ଟିମ୍ ପହଂଚି ତଦନ୍ତ କରୁଛି । ପୁରୀ ଅତିରିକ୍ତ ଏସପି, ଏସଡିପିଓ, କୃଷ୍ଣପ୍ରସାଦ ଥାନା ପୁଲିସ ଓ ସାଇଂଟିଫିକ୍ ଟିମ୍ ଗାଁ ଶ୍ମଶାନରୁ ପାଉଁଶ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ ଛାତ୍ରୀ ଜଣକ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେବା ପୂର୍ବରୁ ସେ, ପଢ଼ୁଥିବା କଲେଜରେ କୌଣସି ଏକ ଘଟଣାକୁ ନେଇ ଉତେଜନା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଉତେଜନା ପଛରେ ଯୁବତୀଙ୍କ ପ୍ରେମକୁ ଦାୟୀ କରାଯାଉଛି । ଆଉ ଏହି ଘଟଣା ପରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।