କନକ ବ୍ୟୁରୋ : ଶତ୍ରୁପକ୍ଷର ଡ୍ରୋନକୁ ଜବାବ ଦେବ ସ୍ୱଦେଶୀ ଜ୍ଞାନ କୌଶଳ । ଏନେଇ ଗୋପାଳପୁର ଆର୍ମୀ ଏଡି କଲେଜ ପରିସରରେ ଆୟୋଜିତ ହୋଇଛି ଏକ ଆଲୋଚନାଚକ୍ର “ଶତ୍ରୁ ଡ୍ରୋନମ୍ ବିନାଶ’ । ଏହା ସହ ଆୟୋଜିତ ପ୍ରଦର୍ଶନୀରେ ହାଇଦ୍ରାବାଦ, ଚେନାଇ ଓ ବେଙ୍ଗଲୁରର ଡ୍ରୋନ କମ୍ପାନୀ ନିଜ ପ୍ରଯୁକ୍ତିର ପ୍ରଦର୍ଶନ କରିଥିଲେ । ଅତ୍ୟାଧୁନିକ ପ୍ରଣାଳୀରେ ପ୍ରସ୍ତୁତ ଡ୍ରୋନ୍ , ଜାମର ଓ ଶତ୍ରୁ ଡ୍ରୋନ ଚିହ୍ନଟ ସାମଗ୍ରୀର ପ୍ରଦର୍ଶନ କରାଯାଇଥିଲା । ଡ୍ରୋନ ପ୍ରସ୍ତୁତ କମ୍ପାନୀମାନଙ୍କ କହିବା କଥା ଯେ ଏ ସବୁ ଡ୍ରୋନ ପ୍ରତିରକ୍ଷା କ୍ଷେତ୍ରରେ ସୀମାରେ ବ୍ୟବହାର କକରାଯାଇପାରିବ ।

Advertisment

ଯାହାକି ୭ରୁ ୮ କିଲୋମିଟର ମଧ୍ୟରେ ୩୬୦ ଡିଗ୍ରି ରେଞ୍ଜ ଭିତରେ ଅନୁପ୍ରବେଶ କରୁଥିବା ଶତ୍ରୁର ସମସ୍ତ ଡ୍ରୋନକୁ ଚିହ୍ନଟ କରିପାରିବ । ଏହାସହ ଜାମର ସାହାଯ୍ୟରେ ଶତ୍ରୁପକ୍ଷର ଡ୍ରୋନକୁ ମଧ୍ୟ ନିଷ୍କ୍ରିୟ କରାଯାଇପାରିବ । ତିନି ସେନାର ପ୍ରତିନିଧି ସହ ସିଏପିଏଫ ଓ ସିଆଇଏସ୍ଏଫ ପ୍ରତିନିଧି ମଧ୍ୟ ଯୋଗ ଦେଇଥିଲେ । ଡ୍ରୋନ ବିଷୟରେ ବୁଝାଯିବା ସହ ଏହାର ପ୍ରୟୋଗ ବିଷୟରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି । ବାରମ୍ବାର ଜମ୍ମୁକାଶ୍ମୀର ଓ ପଞ୍ଜାବରେ ପାକିସ୍ତାନ ପଟୁ ଡ୍ରୋନ୍ ଅନୁପ୍ରବେଶର ଖବର ଆସୁଛି । ଏଭଳି ସମୟରେ ଏହାର ମୁକାବିଲା ପାଇଁ ସ୍ୱଦେଶୀ ଜ୍ଞାନ କୌଶଳର ଉପଯୋଗ ଏକ ଖୁସିର କଥା ।