ଲଜ୍ଜା , ଲଜ୍ଜା ,ଲଜ୍ଜା ! ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଛାତ୍ରୀକୁ ଅଫିସକୁ ଡାକି ଦୁଷ୍କର୍ମ କଲେ ସ୍କୁଲ୍ ସଞ୍ଚାଳକ ।

555

ବିହାରର ଗୋପାଲଗଞ୍ଜରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାକାର ଏକ ବେସରକାରୀ ସ୍କୁଲର ସଞ୍ଚାଳକ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଛାତ୍ରୀକୁ ନିଜ ଚ୍ୟାମ୍ବରକୁ ଡକାଇ ଦୁଷ୍କର୍ମ କରିଛନ୍ତି । ଘଟଣାଟି ଉଚକାଗାଓଁ ସ୍ଥିତ ଦବନା ପଟ୍ଟୀ ଗାଁରେ ଘଟିଛି । ଛାତ୍ରୀଙ୍କ ସହ ଦୁଷ୍କର୍ମ ପରଠାରୁ ଅଭିଯୁକ୍ତ ସ୍କୁଲ୍ ସଂଚାଳକ ଫେରାର୍ ଅଛନ୍ତି । ପୀଡିତାଙ୍କ ବୟାନ ପରେ ଅଭିଯୁକ୍ତଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ପୋଲିସ୍ ଘଟଣାର ତଦନ୍ତ କରିବା ଆରମ୍ଭ କରିଦେଇଛି । ସୂଚନାନୁସାରେ , ଲାଇନ୍ ବଜାର ସ୍ଥିତ ଇଣ୍ଡିୟାନ୍ ପବ୍ଲିକ୍ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଜନୈକା ଛାତ୍ରୀ ଶନିବାର ସ୍କୁଲ୍ କୁ ଯାଇଥିବା ବେଳେ ସ୍କୁଲ୍ ସଞ୍ଚାଳକ ବିପିନ୍ ଶାହ୍ ଛାତ୍ରୀଙ୍କୁ ନିଜ ଚ୍ୟାମ୍ବରକୁ ଡ଼କାଇଥିଲେ । ଚ୍ୟାମ୍ବରରେ କିଛି ପ୍ରଶ୍ନ ପଚାରି ଅଭିଯୁକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ ।

ଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀଜଣକ ଭୟରେ ସ୍କୁଲକୁ ଯାଉନଥିଲେ କିନ୍ତୁ ପରିବାର ଲୋକଙ୍କ ବାରମ୍ବାର ପଚାରିବା ପରେ କୁନିଝିଅଟି ସବୁ ସତକଥା କହିଥିଲା । ଏହି ଘଟଣା ପରେ ପରିବାର ସଦସ୍ୟ ଅଭିଯୁକ୍ତ ନାଁରେ ଥାନାରେ ଏତଲା ଦେଇଥିଲେ । ୩୫ ବର୍ଷୀୟ ଅଭିଯୁକ୍ତ ବିପିନ୍ ଶାହ୍ ଉଚକାଗାଓଁର ଡୋରାପୁରରେ ରୁହନ୍ତି । ତେବେ ଫେରାର୍ ଥିବା କାରଣରୁ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ୍ ବିଫଳ ରହିଛି । ପୀଡିତାଙ୍କ ଚିକିତ୍ସା ଏବେ ଡାକ୍ତରଖାନାରେ ଚାଲିଛି ।