ଅବହେଳିତ ସଂଗ୍ରାମୀଙ୍କ ଏନ୍ତୁଡିଶାଳ । ରକ୍ଷଣାବେକ୍ଷଣ ଅଭାବରୁ ଧ୍ୱଂସ ସ୍ତୁପ ପାଲଟିବାକୁ ଯାଉଛି ରାୟଗଡାର ଗୋପାଳବାଡ଼ି ଗାଁ । ଯେଉଁଠି ଦିନେ ସ୍ୱାଧୀନତା ସଂଗ୍ରାମ ପାଇଁ ବସୁଥିଲା ଗୁପ୍ତ ବୈଠକ

57

କନକ ବ୍ୟୁରୋ : ଆସନ୍ତାକାଲି ଦେଶ ପାଳିବ ୭୨ ତମ ଜନରାଜ୍ୟ ଦିବସ । ଏଥିପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ଜୋରସୋରରେ ପ୍ରସ୍ତୁତି ଚାଲିଛି । ହେଲେ ଆଜିର ଦିନରେ ନିଜର ପରିଚୟ ଖୋଜୁଛି ସ୍ୱାଧିନତା ସଂଗ୍ରାମୀଙ୍କ ଏନ୍ତୁଡ଼ିଶାଳର ବାର୍ତ୍ତା ବହନ କରୁଥିବା ରାୟଗଡା ଜିଲ୍ଲାର ଗୋପାଳବାଡ଼ି ।

ରାୟଗଡ଼ା କଲୋନରା ବ୍ଲକ ଅନ୍ତର୍ଗତ ଗୋପାଳବାଡ଼ି ଗାଁ । ସ୍ୱାଧନତା ସଂଗ୍ରାମ ବେଳେ ଏଠି ଏକାଠି ହେଉଥିଲେ ବିନୋବା ଭାବେ, ଜୟ ପ୍ରକାଶ ନାରାୟଣ, ଗୋପବନ୍ଧୁ ଦାସ, ନବକୃଷ୍ଟ ଚୌଧୁରୀ, କୋରାପୁଟିଆ ଗାନ୍ଧି ବିଶ୍ୱନାଥ ପଟ୍ଟନାୟକ, ମାଳତୀ ଦେବୀ, ରମା ଦେବୀ ଏବଂ ଅର୍ଣ୍ଣପୂର୍ଣ୍ଣା ମହାରଣାଙ୍କ ଭଳି ମହାନ ସ୍ୱାଧୀନତା ସଂଗ୍ରାମୀ । ଆଉ ଏଠି ଗୁପ୍ତ ବୈଠକ କରି ଅବିଭକ୍ତ କୋରାପୁଟ ଜିଲ୍ଲା ସାଙ୍ଗକୁ ଦଣ୍ଡକାରଣ୍ୟ ଅଂଚଳରେ ବ୍ରିଟିସରଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ନକ୍ସା ପ୍ରସ୍ତୁତ କରୁଥିଲେ । ମୋଟାମୋଟି ଭାବେ ଗୋପାଳବାଡ଼ିକୁ ବିଭକ୍ତ କୋରାପୁଟ ଜିଲ୍ଲାରେ ହେଉଥିବା ସ୍ୱାଧୀନତା ସଂଗ୍ରାମର ଗୁପ୍ତ ବୈଠକ ସ୍ଥଳ ବା ଏନ୍ତୁଡ଼ିଶାଳ ବୋଲି କୁହାଯାଏ ।

ସ୍ୱାଧୀନତାର ବହୁ ପୁର୍ବରୁ ଗୋପାଳବାଡ଼ିରୁ ଅରଟରେ ସୁତା କାଟି ଲୁଗା ତିଆରି କରି ସଂଗ୍ରାମୀଙ୍କ ପାଖକୁ ପଠାଯାଉଥିଲା । ସେତେବେଳେ ଭୁ-ଦାନ ଆନ୍ଦୋଳନ ବ୍ୟାପକ ହେବା ସହ ଗୋଶାଳାମାନ ନିର୍ମାଣ କରାଯାଇଥିଲା । ଯାହା ୧୯୨୨ ଏପ୍ରିଲରେ ନିର୍ମିତ ଏହି ଗୋକୁଣ୍ଡରୁ ସ୍ୱଷ୍ଟ ଜଣାପଡେ । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ରଳ ଖଦି ମଣ୍ଡଳ ଦାୟିତ୍ୱରେ ଥିବା ଗୋପାଳବାଡ଼ିର ସ୍ୱାଧିନତା ସ୍ମାରକୀ ଏବେ ଧ୍ୱଂସ ସ୍ତୁପରେ ପରିଣତ ହୋଇଛି । ୨୭ ଏକର ପରିଧି ଏହି ସ୍ମାରକି ଅନାଥ ଭଳି ଖୋଲା ଆକାଶ ତଳେ ପଡ଼ି ରହିଛି । ଯାହାକୁ ଦେଖି କ୍ଷୋଭ ପ୍ରକାଶ କରନ୍ତି ଭୂ-ଦାନ କର୍ମୀ ।