କନକ ବ୍ୟୁରୋ : ରାଜ୍ୟର ସବୁଠାରୁ ବଡ ସ୍ୱାସ୍ଥ୍ୟ ବୀମା ଯୋଜନା ବିଏସକେୱାଇର ଭବିଷ୍ୟତ କଣ ହେବ? ବିଜେପି ସରକାରଙ୍କ ବଜେଟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ କୌଣସି ବ୍ୟୟବରାଦ ନହେବା ପରେ ଏଭଳି ପ୍ରଶ୍ନ ଉଙ୍କି ମାରୁଥିଲା । ଏପରିକି ବଜେଟରେ ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିବାକୁ ଘୋଷଣା ହୋଇଥିଲା । ଏବେ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ,

Advertisment
  • ସେପ୍ଟେମ୍ବର୧୦ତିରଖଯାଏଁଚାଲିବବିଏସକେୱାଇଯୋଜନା
  • ଏହାପରେମିଳିବଗୋପବନ୍ଧୁଜନଆରୋଗ୍ୟସ୍ୱାସ୍ଥ୍ୟକାର୍ଡ
  • ଜୁଲାଇ୩୦ରେମାସପାଇଁଲେଖାନୁଦାନକୁବିଧାନସଭାଅନୁମୋଦନକରିଛି
  • ସେପ୍ଟେମ୍ବର୧୦ରେଆପ୍ରୋପ୍ରିଏସନବିଲପାରିତହେବ
  • ଏହାପରେସମସ୍ତଙ୍କୁମିଳିବଗୋପବନ୍ଧୁଜନଆରୋଗ୍ୟକାର୍ଡ

ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରୁ ମିଳିଥିବା ସୂଚନା ଅନୁସାରେ, କେତେ ବିଏସକେୱାଇ ହିତାଧିକାରୀ? । ୩ କୋଟି ୫୬ ଲକ୍ଷ ବିଏସକେୱାଇ କାର୍ଡଧାରୀ ଅଛନ୍ତି

। ଏମାନଙ୍କୁ ୯ ହଜା ୫୦୯ଟି ହସ୍ପିଟାଲରେ ମିଳୁଛି ମାଗଣା ଚିକିତ୍ସା । ୮ ହଜାର ୫୩୦ ସରକାରୀ ଓ ୯୭୯ ଘରୋଇ ହସ୍ପିଟାଲ ଅନୁବନ୍ଧିତ ଅଛନ୍ତି ।

୨୦୧୮ ଅଗଷ୍ଟ ୧୫ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ ତତକାଳୀନ ବିଜେଡି ସରକାର। ଏହା ଇନସ୍ୟୁରାନ୍ସ ନୁହେଁ ଆସ୍ୟୁରାନ୍ସ କହି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଲାଗୁ କରୁନଥିଲେ। ଏବେ କିନ୍ତୁ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଯାଉଛନ୍ତି ବିଜେପି ସରକାର । ଏଥିସହ ଗୋପବନ୍ଧୁ ଜନ ଆରୋଗ୍ୟ ସ୍ୱାସ୍ଥ୍ୟ ଯୋଜନାର ଲାଭ ପାଇବେ ଓଡିଶାବାସୀ।