କନକ ବ୍ୟୁରୋ: କୋଣାର୍କର ଗୋପ ବ୍ଲକ ତେସ୍ତଲି ପଂଚାୟତ ପିଙ୍ଗଳ ଗାଁରେ ବାଣ ବିସ୍ଫୋରଣ ଘଟିଛି । ଏଥିରେ ଜଣେ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛି । ଛାତ ଉପରେ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ହୋଇଛି । ଏହି ସମୟରେ ବାପ ପୁଅ ବାଣ ଭିଡୁଥିଲେ । ଘଟଣାସ୍ଥଳରେ ବାପ ରଞ୍ଜିତ ବିଶ୍ୱାଳ ପ୍ରାଣ ହରାଇଥଇବାବେଳେ ପୁଅ ବାପି ବିଶ୍ୱାଳ ଗୁରୁତର ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ପିଙ୍ଗଳ ଗ୍ରାମର ରଞ୍ଜିତ ବିଶ୍ୱାଳ( ୫୮ ବର୍ଷ) ଓ ତାଙ୍କ ପୁଅ ବାପି ବିଶ୍ୱାଳ(୨୫ ବର୍ଷ) ଆଜି ସକାଳ ୮ଟା ବେଳେ ନିଜ ଦୋମହଲା ଘରର ଛାତ ଉପରେ ବାଣ ଭିଡୁଥିବା ବେଳେ ଅଚାନକ୍ ଏକ ହାତବୋମା ବିସ୍ଫୋରଣ ଘଟିଥିଲା। ବିସ୍ପୋରଣ ଏତେ ତୀବ୍ର ଥିଲାରେ ଯେ ଉଭୟ ରଞ୍ଜିତ ଓ ବାପି ଗୁରୁତର ଭାବେ ଆହତ ହୋଇଥିଲେ।
ବାପିଙ୍କର ଡାହାଣ ହାତ ଛିଡ଼ି ଯାଇଥିବା ବେଳେ ଦେହର ମାଂସ ଖଣ୍ଡ ଛାତ ଉପରେ ଓ ଗାଁ ଦାଣ୍ଡରେ ଖଣ୍ଡ ଖଣ୍ଡ ହୋଇ ପଡ଼ିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚାରିଛକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ରଞ୍ଜିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ବାପିଙ୍କୁ ସେଠାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-10-at-11.53.35-AM.png)
/kanak/media/post_attachments/wp-content/uploads/2018/04/Screen-shot-2018-04-10-at-11.54.20-AM-300x216.png)
/kanak/media/post_attachments/wp-content/uploads/2018/04/Screen-shot-2018-04-10-at-11.53.55-AM-300x205.png)