କନକ ବ୍ୟୁରୋ: ପରିଶ୍ରମକୁ ଅମଳ କରି ପାରିଶ୍ରମିକ ପାଇଁ ଅପେକ୍ଷା.. । ଖଳାରେ ଧାନବସ୍ତା ରଖି ବିକ୍ରି ପାଇଁ ଅପେକ୍ଷା.. । ମଣ୍ଡି ଖୋଲିବ ଧାନ ବିକ୍ରି ହେବ, ଆଶା ଆଶଙ୍କାରେ ଚାଷୀ । ତେଣୁ ଧାନ ବିକ୍ରି କରି ନପାରି ଖଳା ଓ ରାସ୍ତାରେ ପକାଇ ରଖିଛନ୍ତି ଚାଷୀ । ଖରା ତରାରେ ଧାନ ଖୋଲା ଆକାଶ ତଳେ ପଲିଥିନ ଉପରେ ଗଦା ହୋଇଛି । ଯାହାକୁ ଦେଖି ଚିନ୍ତାରେ ପଡିଛନ୍ତି ପୁରୀ ଜଲ୍ଲା ଗୋପ ଅଂଚଳର ଅନ୍ନଦାତା ।

Advertisment

publive-image

ଖୋଲୁନି ଧାନ ମଣ୍ଡି, ହିନସ୍ତା ଅନ୍ନଦାତା । ରାସ୍ତା ଉପରେ କ୍ୟୁଂଟାଲ କ୍ୟୁଂଟାଲ ଧାନ । ଶୀତ କାକରରେ ଖୋଲା ଆକାଶ ତଳେ ପଡ଼ିରହିଛି ଚାଷୀଙ୍କ ଆଶା ଭରସା । ଚାଷୀ ଅମଳ କରିଥିବା ଧାନ କେଉଁଠି ବିଲରେ ପଡ଼ିଛି ତ ଆଉ କେଉଁଠି ରାସ୍ତା ଉପରେ ପଡି ରହିଛି । ସାରା ରାଜ୍ୟରେ ମଣ୍ଡିରେ ଧାନ ବିକ୍ରିକୁ ନେଇ ଏଭଳି ଖବର ଗଣମାଧ୍ୟମରେ ପ୍ରସାରଣ ହେଉଛି । ଆଉ ଆପଣମାନେ ଏବେ ଦେଖୁଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ବିଭିନ୍ନ ଅଂଚଳର ଦୃଶ୍ୟ । ବ୍ଲକର ୩୧ଟି ପଂଚାୟତରୁ ଏହି ସମାନ ଚିତ୍ର ସାମ୍ନାକୁ ଆସିଛି ।

publive-image

ବର୍ଷ ଯାକ ପରିଶ୍ରମ କରି ଚାଷୀ ଅମଳ କରିଥିବା ଧାନ ଖଳା ଓ ରାସ୍ତାରେ ଗଦା ହୋଇଛି । ଆଉ ଧାନ ଶୀତ କାକରରେ ପଡିଥିବାରୁ ଚିନ୍ତାରେ ଗୋପ ବ୍ଲକ ପାୟର, ବିରିତୁଙ୍ଗ, ଗୋପ, ବଡତରା, ନାଗପୁର, ଅଚିତ୍ୱପୁର ଆଦି ଅଂଚଳର ଚାଷୀ । ସରକାରୀ ମଣ୍ଡିରେ ଧାନ ବିକିବା ପାଇଁ ସମବାୟ ସମିତି ଓ ଗୋପ ବ୍ଲକକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ନିଜ କଷ୍ଟ ଉପାର୍ଜିତ ଧାନକୁ କମ୍ ଦରରେ ଦଲାଲକୁ ବିକ୍ରି କରୁଛନ୍ତି । ସେପଟେ ଆସନ୍ତା ୨୦ ତାରିଖରେ ମଣ୍ଡି ଖୋଲିବ ବୋଲି କହିଛନ୍ତି ନୂଆ କରି ଦାୟିତ୍ୱ ନେଇଥିବା ଗୋପ ଯୋଗାଣ ନିରୀକ୍ଷକ । ଚାଷ କରି ଦୁଇ ପଇସା ରୋଜଗାର କରିବା ଆଶାରେ ଚାଷୀ ଧାର ଉଧାର କରି ଚାଷ କରିଥିଲେ । ହେଲେ ଅମଳ ପରେ ବିକ୍ରି କରିପାରୁ ନଥିବାରୁ ସେହି ଆଶା ଏବେ ମଉଳି ଯାଉଛି ।