ମୋବାଇଲ ଆପ୍ ହେଉଛି ମାରାତ୍ମକ, ନେଉଛି ଜୀବନ । ତେଲେଙ୍ଗାନାରେ ଲୋନ୍ ଆପ ଡାଉନଲୋଡ କରି ଋଣ ନେଇଥିବା ୩ଜଣଙ୍କ ଆତ୍ମହତ୍ୟା । 

145

କନକ ବ୍ୟୁରୋ : ମୋବାଇଲ ଆପ୍  ହେଉଛି ମାରାତ୍ମକ, ନେଉଛି ଜୀବନ । ତେଲେଙ୍ଗାନାରେ ଲୋନ୍ ଆପ ଡାଉନଲୋଡ କରି ଋଣ ନେଇଥିବା ୩ଜଣ ଆତ୍ମହତ୍ୟା କରିବା ପରେ ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ଏହି ମାମାଲାରେ ୨୦ରୁ ଅଧିକ ଲୋକ ଗିରଫ ହୋଇଛନ୍ତି । ଏପରିକି ଏହି ଘଟଣା ପରେ ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ୧୧୮ଟି ଲୋନ୍ ଆପ୍ ।

ନିକଟରେ ତେଲେଙ୍ଗାନା ପୋଲିସ ଅନଲାଇନ ଆପ୍ ଜରିଆରେ ହେଉଥିବା ଋଣ ନାଁରେ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି । ବିଭିନ୍ନ କମ୍ପାନୀ ମୋବାଇଲ ଫୋନ୍ ଆପ୍ ଜରିଆରେ ଗ୍ରାହକଙ୍କୁ ପ୍ରଲୋଭିତ କରି ଋଣ ଦେଉଥିଲେ । ଏବଂ ଋଣ ନେଇଗଲା ପରେ ମୂଳଧନ ଉପରେ ମାସିକ ୩୫% ସୁଧ ଲଗାଇ ଟଙ୍କା ଦେବାକୁ ଚାପ ପ୍ରୟୋଗ କରୁଥିଲେ ।

ତେଲେଙ୍ଗାନାର ୩ଜଣ ବ୍ୟକ୍ତି ଏପରି ବେଆଇନ ମୋବାଇଲ ଆପ୍ ଜରିଆରେ ଋଣ ନେଇଥିଲେ । ସେମାନଙ୍କୁ ଋଣ ପ୍ରଦାନକାରୀ ସଂସ୍ଥ୍ୟ ହଇରାଣ କରିବା ପରେ ସେମାନେ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ପରେ ପୋଲିସ ଆକ୍ସନ ମୋଡରେ ଆସିଥିଲା ଏବଂ ୨୩ ଜଣଙ୍କୁ ଗିରଫ କରିଥିଲା ।