କନକ ବ୍ୟୁରୋ : ଗୁଗୁଲ ଏବେ ଏବେ ତାର ବାର୍ଷିକ ସର୍ଚ୍ଚ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ଏବେ ସମୟରେ କିଛି ଘଟଣାସହିତ ଜଡିତ ଲୋକପ୍ରିୟ ସର୍ଚ୍ଚର ଡିଟେଲ୍ସ ପ୍ରକାଶ ପାଇଛି । ଏହି ମାମଲାରେ ଏବେ ମୋଦୀଙ୍କ ଠାରୁ ଆଗରେ ରହିଛନ୍ତି ବିଜେପିରୁ ନିଲମ୍ବିତ ନେତ୍ରୀ ନୁପୂର ଶର୍ମା ।

Advertisment

ଗୁଗୁଲର ରିପୋର୍ଟ ମୁତାବକ ୨୦୨୨ ରେ ଗୁଗୁଲ ସର୍ଚ୍ଚ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ପଛରେ ପଡିଯାଇଛନ୍ତି । ଭାରତରେ ଚଳିତ ବର୍ଷ ୫ ଟି ମୁଖ୍ୟ ସର୍ଚ୍ଚ ମଧ୍ୟରୁ ଖେଳ ଓ ଖେଳାଳୀ ସବୁଠାରୁ ଆଗରେ ରହିଛନ୍ତି । ଆଇପିଏଲ ମ୍ୟାଚ୍ ସବୁଠାରୁ ଆଗରେ ରହିଛି । ଗୁଗୁଲ ରିପୋର୍ଟ କହୁଛି କି ୨୦୨୨ ରେ ବିଜେପିରୁ ନିଲମ୍ବିତ ନେତ୍ରୀ ନୁପୂର ଶର୍ମାଙ୍କୁ ଅଧିକ ଲୋକ ଗୁଗୁଲରେ ସର୍ଚ୍ଚ କରିଛନ୍ତି    ।

ସେହିଭଳି ପ୍ରଥମ ସ୍ଥାନରେ ଆଇପିଏଲ ଥିବା ବେଳେ ଦ୍ୱିତୀୟ ସ୍ଥାନରେ କୋୱିନ ଆପ୍ ରହିଛି । ସେହିଭଳି ବିଜେପିରୁ ନିଲମ୍ବିତ ନେତ୍ରୀ ନୁପୂର ଶର୍ମାଙ୍କୁ ଅଧିକ ଲୋକ ସର୍ଚ୍ଚ କରିଛନ୍ତି । ଏହାପରେ ରହିଛନ୍ତି ରାଷ୍ଟ୍ରପତି ମହାମହିମ ଦୌପଦୀ ମୁର୍ମୁ, ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ, ଲଳିତ ମୋଦୀ ଓ ସୁସ୍ମିତା ସେନ୍ ।

ସେପଟେ ସର୍ବାଧିକ ଲୋକ ଗୁଗୁଲରେ ଗାୟିକା ଲତା ମଙ୍ଗେସକରଙ୍କ ଖବରକୁ ସର୍ବାଧିକ ସର୍ଚ୍ଚ କରିଛନ୍ତି । ଏହାପରେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ଖବର ରହିଛି । କେବଳ ସେତିକି ନୁହେଁ ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁ ଖବର ଓ କ୍ରିକେଟର ସେନୱାନଙ୍କ ମୃତ୍ୟୁ ଖବର ବି ସର୍ବାଧିକ ଲୋକ ଗୁଗୁଲରେ ସର୍ଚ୍ଚ କରିଛନ୍ତି ।