Gmail ୱେବରେ ପରିବର୍ତ୍ତନ ଆଣିବ ଗୁଗୁଲ । Gmail ଦୁନିଆରେ ଇ-ମେଲ ସର୍ଭିସ ସବୁଠାରୁ ଅଧିକ ବ୍ୟବହାର କରାଯାଇଥାଏ । ଗୁଗୁଲ ଏବେ ଏହାକୁ ନୂଆ ଡିଜାଇନ କରିବା ପାଇଁ ପ୍ରସ୍ତୁତି କରୁଛି । ଏମିତିରେ ମଧ୍ୟ କିଛି ଦିନ ପୂର୍ବରୁ ଏଥିରେ କିଛି ପରିବର୍ତ୍ତନ କରାଯାଇଥିଲା । କିନ୍ତୁ Gmail ୱେବରେ ସେମିତି କିଛି ଇଣ୍ଟରଫେସ ଚେଞ୍ଜ ହୋଇଥିବା ନଜର ଆସିନାହିଁ ।
ଦ ବର୍ଜଙ୍କ ରିପୋର୍ଟ ଅନୁସାରେ ଗୁଗୁଲ ୱେବ ଇଣ୍ଟରଫେସକୁ ଖୁବ ଶୀଘ୍ର ନୂଆ କରାଯିବ । ଏହାର ଡିଜାଇନ ମଧ୍ୟ ପରିବର୍ତ୍ତନ ହେବ ଏବଂ ୟୁଜର୍ସ ଇଣ୍ଟରଫେସରେ ମଧ୍ୟ ପରିବର୍ତ୍ତନ କରାଯିବ । Gmail ୱେବରେ ପରିବର୍ତ୍ତନ କରାଯିବା ସମୟରେ ଏଥିରେ କିଛି ନୂଆ ଫିଚର୍ସ ମଧ୍ୟ ଯୋଡାଯିବ । ଯାହାକି ସମସ୍ତ ଜିମେଲ ବ୍ୟବହାରୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ ।
Gmail ର ନୂଆ ଡିଜାଇନ କିପରି ହେବ ସେ ବାବଦରେ ଗୁଗୁଲ ଏବେ ସ୍ପଷ୍ଟ କରିନାହିଁ । କିନ୍ତୁ ଅନୁମାନ କରାଯାଉଛି ଯେ, ନୂଆ ୱେବ ଡିଜାଇନକୁ ମୋବାଇଲ ଆପ ମାଧ୍ୟମରେ ପରିବର୍ତ୍ତନ କରାଯିବ । ଉଲ୍ଲେଖନୀୟ, ୨୦୧୪ ମସିହାରେ ଗୁଗୁଲ ଇନବକ୍ସ ଆପ୍ କୁ ପୁରାପୁରି ନୂଆ ଡିଜାଇନ କରିଥିଲା ।
ରିପୋର୍ଟ ଅନୁସାରେ, ଗୁଗୁଲ ପ୍ରତିଶୃତି ଦେଇଛି ଯେ, Gmail ୱେବ ବ୍ୟବହାରକାରୀଙ୍କୁ ଫ୍ରେସ ଏବଂ କ୍ଲିନ ଲୁକ ମିଳିବ । ଯେଉଁଥିରେ ସ୍ମାର୍ଟ ରିପ୍ଲାଏ, ସ୍ନୁଜ ଇମେଲ ସହ ଅଫଲାଇନ ସପୋର୍ଟ ଭଳି ଫିଚର୍ସ ସାମିଲ ଅଛି ।
ରିପୋର୍ଟ ଅନୁଯାୟୀ, Gmailର ଅଫଲାଇନ ଏକ୍ସେସ କମ୍ପ୍ୟୁଟର ପାଇଁ ରହିବ । ଯାହା ଫଳରେ ଇମେଲ କୁ କମ୍ପ୍ୟୁଟରରେ ଅଫଲାଇନ ଷ୍ଟୋର କରାଯାଇପାରିବ ।
ଗୁଗୁଲ ବର୍ଜଙ୍କୁ ଦେଇଥିବା ଏକ ଷ୍ଟେଟମେଣ୍ଟରେ କହିଛି ଯେ, ସେମାନେ ଏବେ କିଛି ବଡ ଅପଡେଟ୍ସରେ କାମ କରୁଛନ୍ତି ଯାହାକି ଏବେ ଡ୍ରାଫ୍ଟ ଫେସ ରେ ରହିଛି । ଆଉ ଏଥିପାଇଁ ଆଉ କିଛି ଅଧିକ ସମୟ ଲାଗି ପାରେ ବୋଲି ଗୁଗୁଲ କହିଛି । ପୁରା ପ୍ରକ୍ରିୟା ସମାପ୍ତ ହୋଇନଥିବାରୁ ଏହି ବିଷୟରେ ଗୁଗୁଲ କିଛି ସ୍ପଷ୍ଟ କରିନାହିଁ । ତେବେ ଆଗାମୀ ସମୟରେ ଆପଣଙ୍କୁ ଅଧିକ ସୂଚନା ମିଳିବ ଗୁଗୁଲ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/dims.jpg)
/kanak/media/post_attachments/wp-content/uploads/2018/04/gmai_main_1523526728_618x347-300x168.jpeg)
/kanak/media/post_attachments/wp-content/uploads/2018/04/gmail-logo-300x169.jpg)