କନକ ବ୍ୟୁରୋ: ୩୦ ହଜାର କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବ ଗୁଗୁଲ । ଏଭଳି ଏକ ଖବର ପ୍ରକାଶ ପାଇବା ପରେ ଆଇଟି ସେକ୍ଟରରେ ଛାଟିନିଆଁ ପଶିଛି । ଚଳିତ ବର୍ଷ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ‘ଗୁଗଲ୍‌’ ଆହୁରି ୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଯୋଜନା କରୁଥିବା କଥା ଏକ ରିପୋର୍ଟରୁ ଜଣାପଡ଼ିଛି।

Advertisment

ଏହା ହେଉଛି ବର୍ଷ ୨୦୨୩ରେ ‘ଗୁଗଲ୍‌’ର କର୍ମଚାରୀ ସଂଖ୍ୟା ହ୍ରାସ ଲାଗି ୪ର୍ଥ ଉଦ୍ୟମ। ହଜାର ହଜାର ପଦବୀ ଉଚ୍ଛେଦ କରାଯିବ ବୋଲି ଜାନୁଆରି ମାସରେ କହି ଶେଷରେ ପ୍ରାୟ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ ‘ଗୁଗଲ୍‌’ ଛଟେଇ କରିଥିଲା। ‘ଆଲ୍‌ଫାବେଟ୍‌’ ମାଲିକାନାରେ ଥିବା ‘ଗୁଗଲ୍‌’ ତା’ର ବିଜ୍ଞାପନ ବା ‘ଆଡ୍‌ ସେଲ୍‌ସ୍‌ ୟୁନିଟ୍‌’କୁ ପୁର୍ନବ୍ୟବସ୍ଥିତ କରିବ ବୋଲି ମଙ୍ଗଳବାର ଦିନ ‘ଦି ଇନ୍‌ଫମେସନ୍‌’ ରିପୋର୍ଟ କରିଛି।