ଉପଭୋକ୍ତାଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ସୋସିଆଲ୍ ନେଟୱର୍କ ଗୁଗୁଲ ପ୍ଲସ୍ ଆପକୁ ବନ୍ଦ କରିବାକୁ ସୋମବାର ଘୋଷଣା କରାଯାଇଛି । ତେବେ ଗୁଗୁଲ୍ ତରଫରୁ କୁହାଯାଇଛି ଯେ ଆପ୍ କୁ ବନ୍ଦ କରିବା ପୂର୍ବରୁ ଏହାର ବଗ୍ କୁ ଠିକ୍ କରିଦିଆଯାଇଛି । ଏହି କାରଣରୁ ୫ ଲକ୍ଷ ୟୁଜର୍ସଙ୍କ ଆକାଉଣ୍ଟରେ ଡାଟାକୁ ଠିକ୍ କରିଦିଆଯାଇଛି । ତେବେ କିଛି ଦିନ ତଳେ ଫେସବୁକ ବ୍ୟବହାର କରୁଥିବା ୟୁଜର୍ସଙ୍କ ମଧ୍ୟରେ ୫ କୋଟି ଲୋକଙ୍କ ଡାଟା ଚୋରି ହେଉଥିବା ନେଇ ଖବର ଆସିଥିଲା ।
ତେବେ ଗୁଗୁଲ୍ ପ୍ଲସ୍ ର ଜଣେ ପ୍ରବକ୍ତା ଏହି ଆପ୍ ବନ୍ଦ ହେବାକୁ ନେଇ କହିଥିଲେ ଯେ ଏହି ଆପକୁ ପ୍ରସ୍ତୁତ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏହାକୁ ଗ୍ରାହକଙ୍କ ଆଶାନୁରୁପ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଥିଲେ ହେଁ ଏହି ଆପକୁ ଖୁବ୍ କମ୍ ବ୍ୟବହାର କରାଯାଉଛି । ତେବେ ସୁଚନା ମିଳୁଛି କି ୨୦୧୫ ରୁ ୨୦୧୮ ମଧ୍ୟରେ ଏକ ସଫ୍ଟୱେୟାର୍ ରେ ଅସୁବିଧା କାରଣରୁ ବାହାର ଡେଭଲପର ଗୁଗୁଲ୍ ପ୍ଲସ୍ ପ୍ରୋଫାଇଲ୍ ଡାଟାରେ ପଶିବାକୁ ଚେଷ୍ଟା କରିଥିଲେ । ଗୁଗୁଲ୍ ମୁତାବକ ୫ ଲକ୍ଷ ୟୁଜର୍ସଙ୍କ ଡାଟାକୁ ଏଥିରେ କ୍ଷତି ପହଞ୍ଚାଯାଇଥିଲା । କିନ୍ତୁ ପରେ ଗୁଗୁଲ୍ ଏହାକୁ ଠିକ୍ କରିଦେଇଛି । ତେବେ ଫେସବୁୁକରେ ମଧ୍ୟ ଡାଟା ଚୋରି କରି କିଛି ଲୋକଙ୍କ ପାଖକୁ ନିର୍ବାଚନୀ ଭୋଟ୍ ରେ ନିର୍ଦ୍ଧିଷ୍ଟ ଦଳକୁ ଭୋଟ୍ ଦେବା ପାଇଁ ବାଧ୍ୟ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/googleplus-tombstone.jpg)
/kanak/media/post_attachments/wp-content/uploads/2018/10/2018-10-08-Google-Plus_1539022806475_58285531_ver1.0_640_360-300x169.jpg)