ଗୁଗୁଲ୍ ଆପ୍‌ରେ ମିଳୁଛି ଭୂଲ ତଥ୍ୟ । ଗୁଗୁଲ କହୁଛି ଅନୁଷ୍କା ଶର୍ମା ହେଉଛନ୍ତି ରସିଦ୍ ଖାନ୍‌ଙ୍କ ପତ୍ନୀ ।

ଗୁଗୁଲ୍ ବ୍ୟବହାକାରୀ ସାବଧାନ, ଆପ୍ ରୁ ଆସୁଛି ଭୁଲ ତଥ୍ୟ

1,754

କନକ ବ୍ୟୁରୋ : ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣ ଯାହାକୁ ଏତେ ମାତ୍ରାରେ ବିଶ୍ୱାସ କରୁଛନ୍ତି ତାହାର ତଥ୍ୟରେ ଏତେ ସାଂଘାତିକ ଭୁଲ ବାହାରିବ ବୋଲି । ହଁ ଆମେ ଆପଣଙ୍କୁ କହୁଛୁ ସାରା ବିଶ୍ୱର ଲୋକମାନେ ବହୁଳ ଭାବେ ବ୍ୟବହାର କରୁଥିବା ଗୁଗୁଲ କଥା । ସକାଳୁ ସଂନ୍ଧ୍ୟା ଯାଏ ଆପଣ ଯେତେବେଳେ ବି କିଛି ତଥ୍ୟ ବାବଦରେ ଜାଣିବାକୁ ଚାହାନ୍ତି ବା ଆବଶ୍ୟକ ପଡେ ସେତେବେଳେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ସବୁଠାରୁ ବଡ ସାହାର ପାଲଟି ଯାଏ ଗୁଗୁଲ ଆପ୍ । ଏହି ଆପ୍ ରେ ସାରା ବିଶ୍ୱର ତଥ୍ୟ ସହିତ ଦୈନିକ ଖବରର ଅପ୍ ଡେଟ୍ ବି ଥାଏ । ହେଲେ ଆମେ ଏବେ ଆପଣଙ୍କୁ ଗୁଗୁଲର ଏକ ସାଂଘାତିକ ଭୂଲ ତଥ୍ୟ ବାବଦରେ ଜଣାଇବାକୁ ଚାହୁଁଛୁ ।
ଆପଣମାନେ ସମସ୍ତେ ପ୍ରାୟ ଜାଣିଛନ୍ତି କି ଅନୁଷ୍କା ଶର୍ମା ହେଉଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ବିରାଟ କୋହିଲିଙ୍କ ସ୍ତ୍ରୀ । ହେଲେ ଆପଣ ଗୁଗୁଲରେ ସର୍ଚ୍ଚ କଲେ ଅନୁଷ୍କାଙ୍କ ସ୍ୱାମୀ ବିରାଟ କୋହିଲିଙ୍କ ସ୍ଥାନରେ ଆସୁଛି ଆଫ୍‌ଗାନିସ୍ଥାନ କ୍ରିକେଟର ରସିଦ୍ ଖାନ୍‌ଙ୍କ ନାମ । ଏହା ଆପଣଙ୍କୁ ଅଦ୍ଭୁତ ଲାଗିପାରେ, କିନ୍ତୁ ଆପଣ ଥରେ ଗୁଗୁଲ ସାଇଟକୁ ଯାଇ ୱାଇଫ୍ ଅଫ୍ ରସିଦ୍ ଖାନ ସର୍ଚ୍ଚ କରି ଦେଖନ୍ତୁ । ସେଠାରେ ଅନୁଷ୍କା ଶର୍ମାଙ୍କ ନାମ ସହିତ ଫଟୋ ବି ଆସୁଛି ।
ଆମେ ଏଇଥି ପାଇଁ ଏହି କଥା କହିବାକୁ ଯାଉଛୁ ଯେ ଏବେ ଯୁଗରେ ଇଣ୍ଟରନେଟ୍ ଉପରେ ଭରସା କରୁଛନ୍ତି ବିଶ୍ୱର ୬୦ ପ୍ରତିଶତରୁ ଅଧିକ ଲୋକ । ସେ ପିଲାଙ୍କ ପାଠ ପଢିବା କ୍ଷେତ୍ରରେ ହେଉ କି ବେପାର କ୍ଷେତ୍ର ବା ରାଜନୀତି । ସବୁଠି ଇଣ୍ଟରନେଟର ଆବଶକତା ଦିନକୁ ଦିନ ବହୁଳ ଭାବେ ବୃଦ୍ଧି ପାଇବାରେ ଲାଗିଛି ।  ଇଣ୍ଟରନେଟ୍ ରେ ଥିବା ଆପ୍ ଗୁଡିକ ମଧ୍ୟରେ ସବୁଠାରୁ ଅଧିକ ବ୍ୟବହାର ହୋଇଥାଏ ଗୁଗୁଲ ଆପ୍ । ସର୍ବପୁରାତନ ଆପ୍ ଓ ଲୋକଙ୍କ ବିଶ୍ୱାସ ଓ ଭରସା ଜିତିଥିବା ଗୁଗୁଲରେ ଯଦି ଏଭଳି ଭୂୁଲ ତଥ୍ୟ ମିଳେ ତେବେ ବ୍ୟବହାରକାରୀଙ୍କ ପାଇଁ ଏହା ବିପଦ ନିଶ୍ଚିନ୍ତ ।