ବ୍ୟାନ୍ ପରେ ପ୍ଲେଷ୍ଟୋର ବି ‘ଟିକଟକ୍’ ଆପକୁ ବାଏ ବାଏ କହିଲା ଗୁଗୁଲ । ପୂର୍ବରୁ ଡାଉନଲୋଡ ହୋଇଥିବା ଟିକଟକ ଆପ୍ ବି ଅକାମୀ । ଟିକଟକର ସଫେଇ, ଭାରତୀୟ ଆଇନକୁ ମାନିଛି ଆପ୍, ଚୀନକୁ ଦେଇନାହିଁ କୌଣସି ତଥ୍ୟ ।

1,128

କନକ ବ୍ୟୁରୋ: ଭାରତରେ ବ୍ୟାନ୍ ହେଲା ବହୁ ପ୍ରଚଳିତ ଚାଇନା ଆପ୍ ଟିକ୍ଟକ୍ । କେବଳ ଏହି ଆପ ନୁହେଁ ଏହା ସହ ଆହୁରି ୫୯ଟି ଚାଇନିଜ୍ ଆପ ବ୍ୟାନ୍ କରିଛନ୍ତି ଭାରତ ସରକାର । ଲଦାଖ ସୀମାରେ ଚୀନ ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ସହୀଦ ହେବାପରେ ଏପରି କଠୋର ନିଷ୍ପତି ନିଆଯାଇଛି । ସେପଟେ ‘ଟିକଟକ୍’ ବ୍ୟାନ୍ ହେବା ଦ୍ୱାରା ଅନେକ ବ୍ୟବହାରକାରୀ ନିରାଶ ହୋଇଛନ୍ତି । ତେବେ ତାର ବିକଳ୍ପ ପାଇଁ ଭାରତରେ ମଧ୍ୟ ସେହିପରି ଆପ୍ ପ୍ରସ୍ତୁତ କରାଯାଇଛି ।

ଟିକଟକ ନିଷିଦ୍ଧ । ୟୁସି ବ୍ରାଉଜର ନିଷିଦ୍ଧ । କ୍ୟାମ ସ୍କାନର ନିଷିଦ୍ଧ । ସେୟାରଇଟ୍ ନିଷିଦ୍ଧ । କ୍ଲବଫ୍ୟାକ୍ଟ୍ରି ନିଷିଦ୍ଧ । ଚୀନର ଏହିପରି ୫୯ଟି ମୋବାଇଲ ଆପ୍ଲିକେସନ ଉପରେ ବ୍ୟାନ ଲଗାଇ ଦେଇଛନ୍ତି ମୋଦି ସରକାର । ଗଲୱାନରେ ୨୦ ଭାରତୀୟ ଯବାନ ସହିଦ ହେବାପରେ ଚୀନକୁ ଜବାବ ଦେବାପାଇଁ କେନ୍ଦ୍ର ସରକାର ସବୁଠାରୁ ବଡ ପଦକ୍ଷେପ ନେଇଛନ୍ତି । ଏହାପୂର୍ବରୁ ଭାରତୀୟ ସୁରକ୍ଷା ଏଜେନ୍ସି ଜରିଆରେ ଚାଇନିଜ ଆପର ଏକ ଲାତିକା ତିଆରି କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା । ଏବଂ ଅନୁରୋଧ କରାଯାଇଥିଲା ଏଗୁଡିକୁ ବ୍ୟାନ କରାଯାଉ କିମ୍ବା ଏଗୁଡିକୁ ମୋବାଇଲରୁ ତୁରନ୍ତ ହଟାଇଦେବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଉ । ଯୁକ୍ତି ଦର୍ଶାଯାଇଥିଲା ଯେ, ଭାରତୀୟଙ୍କ ଡାଟା ହ୍ୟାକ କରିପାରେ ଚୀନ । ସରକାରଙ୍କ ନିଷ୍ପତି ପରେ ଯେଉଁ ଚାଇନା ଆପ ବ୍ୟାନ ହୋଇଛି ତା ଭିତରେ ରହିଛି ଭାରତରେ ସବୁଠାରୁ ଲୋକପ୍ରିୟ ଆପ- ଟିକଟକ ।

ଚୀନ ଆପକୁ ବ୍ୟାନ କରିବା ପଛରେ ଭାରତ ସରକାର ୭ଟି ପ୍ରମୁଖ କାରଣ ଦର୍ଶାଇଛନ୍ତି । ଯାହାକୁ ଆଇଟି ଆକ୍ଟର ସେକ୍ସନ ୬୯-ଏ ବଳରେ ନିଷିଦ୍ଧ କରାଯାଇଛି ।

କାହିଁକି ନିଷିଦ୍ଧ ହେଲା ଚୀନ ଆପ୍?
୧- ଭାରତର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ଚୀନ ଆପ୍ ଦ୍ୱାରା ବିପଦ ରହିଛି
୨- ୧୩୦ କୋଟିରୁ ଅଧିକ ଭାରତୀୟଙ୍କ ତଥ୍ୟର ସୁରକ୍ଷା ପ୍ରତି ବଡ ବିପଦ ସୃଷ୍ଟି କରୁଛିି
୩- ବ୍ୟବହାରକାରୀଙ୍କ ଡାଟା ଚୋରି କରି ବିଦେଶୀ ସର୍ଭରକୁ ପଠାଇବାର ଅଭିଯୋଗ
୪- ଚୀନ ଆପ ଫଳରେ ଭାରତୀୟଙ୍କ ବ୍ୟକ୍ତିଗତ ଗୋପନୀୟତା କ୍ଷୁଣ୍ଣ ହେଉଛି
୫- ଭାରତୀୟ ସଂସଦ ଭିତରେ ଓ ବାହାରେ ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା
ଭାରତ ସରକାରଙ୍କ ଏହି କଠିନ ନିଷ୍ପତିକୁ ଚାରିଆଡୁ ପ୍ରଶଂସା କରାଯାଉଛି ।

ତଥ୍ୟ ଚୋରି ଅଭିଯୋଗ କାରଣରୁ ଲୋକପ୍ରିୟ ଟିକ ସମେତ ୫୯ ଟି ଆପ୍ଲିକେସନ୍କୁ ବ୍ୟାନ୍ କରାଯାଇଛି । ଏହାସହ ୪୮ଘଂଟା ମଧ୍ୟରେ ଜବାବ ରଖିବାକୁ କୁହଯାଇଛି । ‘ଟିକଟକ୍’ ଭାରତ ମୁଖ୍ୟ ନିଖିଲ ଗାନ୍ଧୀ କହିଛନ୍ତି ଯେ, ଏନେଇ ସରକାରୀ ଅଧିକାରୀଙ୍କ ସହ କମ୍ପାନୀ ଆଲୋଚନା କରିବ । ଏହାସହ ନିଜ ପକ୍ଷ ରଖିବ କମ୍ପାନୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଟିକ୍ଟକ୍ ଭାରତ ସରକାରଙ୍କ ସବୁ ନିୟମ ମାନିଛି ଏବଂ ବ୍ୟବହାରକାରୀଙ୍କ ଗୋପନିୟତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏପରିକି ଚୀନ୍ ସରକାରଙ୍କୁ ନିକଟରେ କୌଣସି ବ୍ୟବହାରକରୀଙ୍କ ଡାଟାକୁ ଲିକ୍ କରାଯାଇନାହିଁ ବୋଲି ଟିକ୍ଟକ୍ ପକ୍ଷରୁ କୁହାଯାଇଛି ।

ସେପଟେ ସରକାରଙ୍କ ନିର୍ଦ୍ଦେଶ ପରେ ଗୁଗଲ ପ୍ଲେ ଷ୍ଟୋରରୁ ଟିକ୍ଟକ୍ ଆପକୁ ହଟାଇ ଦିଆଯାଇଛି । ଏହାସହ କ୍ଲବ ଫ୍ୟାକ୍ଟ୍ରି, ସେୟାରଇଟ୍, ଲାଇକି, ଏମଆଇ ଭିଡିଓ କଲ୍, ଓି୍ୱବୋ, ବାଇଡୁ ଓ ବିଗୋ ଭଳି ଚୀନ୍ ଆପକୁ ମଧ୍ୟ ହଟାଇଦିଆଯାଇଛି । ଚୀନରେ ଜିନପିଙ୍ଗଙ୍କ ଏକଛତ୍ରବାଦୀ ସରକାରଙ୍କ ପଲିସି ହେଲା ସେଠାରେ କୌଣସି ଅନ୍ତର୍ଜାତୀୟ କମ୍ପାନିର ଆପକୁ ଚାଲିବାକୁ ଦିଆଯିବନାହିଁ । ହେଲେ ଚୀନର ଆପ୍ଲିକେସନ ପୁରା ବିଶ୍ୱ ବ୍ୟବହାର କରିବ । ହେଲେ ଚୀନର ଏହି ମନମାନୀ ଉପରେ ଶକ୍ତ ପ୍ରହାର କରିଛନ୍ତି ମୋଦି ସରକାର । ସବୁ ମୋର୍ଚ୍ଚାରେ ଘେରିବା ଉଦ୍ଦେଶ୍ୟରେ ଏବେ ଅର୍ଥନୈତିକ ଲଢେଇ ଆରମ୍ଭ କରି ଜୋରଦାର ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି ମୋଦି ସରକାର ।