କନକ ବ୍ୟୁରୋ : Google Pay ଆପ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର । ଆପରେ ହେଲା ବଡ଼ ପରିବର୍ତ୍ତନ । ଆପଣ ଗୁଗୁଲ ପେ ଆପ୍ ବ୍ୟବହାର କରୁଛନ୍ତି କି । ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଗୁଗୁଲ ନିଜର ପେମେଂଟ ଆପ୍ ଗୁଗୁଲ୍ ପେ’ରେ ବଡ଼ ପରିବର୍ତନ କରିଛି । ଗୁଗୁଲ୍ ପେ ନିଜର ଲୋଗୋ ପରିବର୍ତନ କରିଥିବା ବେଳେ ନୂଆ ଭର୍ସନରେ ନୂଆ ଲୋଗୋ ମଧ୍ୟ ସାମିଲ କରିଛି ।
ଗୁଗୁଲ ପେ’ର ରିଡିଜାଇନ୍ ଭର୍ସନ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସରେ ଉପଲବ୍ଧ ହେବ । ତେବେ ଏହି ଆପର ନୂଆ ଡିଜାଇନ୍ ଆମେରିକାରେ ଲଂଚ କରାଯାଇଛି । ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଗୁଗୁଲ୍ ପେର ଲୋଗୋ ବଦଳିଯାଇଛି ଆଉ ଏହା ସହ କିଛି ନୂଆ ଫିଚର୍ସ ମଧ୍ୟ ସାମିଲ ହୋଇଛି ।
ତେବେ ଆମେରିକାରେ ଏହି ଆପ୍ ଜରିଆରେ ଏଣିକି ଖାଦ୍ୟ ମଧ୍ୟ ଅର୍ଡର କରାଯାଇପାରିବ । କେବଳ ଏତିକି ନୁହେଁ ଗୁଗୁଲ ପେରେ ଏବେ ବିଲକୁ ସାଙ୍ଗମାନଙ୍କ ମଧ୍ୟରେ ବାଂଟିବାର ଫିଚର ମଧ୍ୟ ଦିଆଯାଇଛି । ରେଂଟ, ଫୁଡ୍ ବିଲ୍ ଏବଂ ଅନ୍ୟାନ୍ୟ ବିଲ୍ ପାଇଁ ଗ୍ରୁପ ତିଆରି କରାଯାଇ ବିଲକୁ ସମସ୍ତଙ୍କ ସହ ସେୟାର କରାଯାଇପାରିବ ।
ଗୁଗୁଲ୍ ପେ’ରେ ପେମେଂଟ ଫିଚରକୁ ମଧ୍ୟ ରିଡିଜାଇନ୍ କରାଯାଇଛି । ତେବେ ଗୁଗୁଲ୍ ପକ୍ଷରୁ କୁହାଯାଇଛି ଯେ, ଆସନ୍ତାବର୍ଷ କମ୍ପାନୀ ପ୍ଲେକ୍ସ ଲଂଚ କରିବ । ଏହା ହେଉଛି ଏକ ବ୍ୟାଙ୍କିଂ ସର୍ଭିସ, ଏବଂ ଏଥିପାଇଁ କମ୍ପାନୀ ବ୍ୟାଙ୍କଗୁଡିକ ସହ ପାର୍ଟନରସିପ୍ କରିବ ।