ଗୁଗୁଲ ପେ’ ଆଣିଲା ନୂଆ ଫିଚର । ଆକାଉଣ୍ଟରୁ ଟଙ୍କା ନକାଟି, ପେମେଣ୍ଟ କରିପାରିବେ ୟୁଜର୍ସ । ଜାଣନ୍ତୁ, କେମିତି?

534

କନକ ବ୍ୟୁରୋ: ଆପଣ ‘ଗୁଗୁଲ ପେ’ ବ୍ୟବହାର କରନ୍ତି କି? ଯଦିି ଆପଣ ଗୁଗୁଲ ପେ’ ବ୍ୟବହାରକାରୀ, ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି ଆପଣ ଆକାଉଣ୍ଟରୁ ଟଙ୍କା ନକାଟି, ଗୁଗୁଲ ପେରେ ପେମେଣ୍ଟ କରିପାରିବେ । ୟୁଜର୍ସଙ୍କ ପାଇଁ ଏମିତି କିଛି ନୂଆ ଫିଚର ଆଣିଛି ଗୁଗୁଲ ପେ । ତେବେ ଏହି ଫିଚରର ନାଁ ରଖାଯାଇଛି । ଯେଉଁଥିରେ ୟୁଜର୍ସ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ନକାଟି, ଗୁଗୁଲ ପେରୁ ପେମେଣ୍ଟ କରିପାରିବେ ।

ଗୁଗୁଲ ପେ ତରଫରୁ ମିଳିଥିବା ସୂଚନା ମୁତାବକ, ୟୁଜର୍ସ ପ୍ରଥମେ ଗୁଗୁଲ ପେରୁ ପେମେଣ୍ଟ କରିପାରିବେ । ଏହାପରେ ସେ ଟଙ୍କା ଦେଇପାରିବେ । ଅର୍ଥାତ କ୍ରେଡିଟ୍ କାର୍ଡ ଭଳି ଏହାର ବ୍ୟବହାର କରିପାରିବେ । ଏଥିପାଇଁ ଗ୍ରାହକଙ୍କୁ ଇନଷ୍ଟଲମେଂଟ ଅପ୍ସନକୁ କ୍ଲିକ୍ କରିବାକୁ ପଡିବ । ଏଥିରେ ଆପଣ ପେମେଣ୍ଟ କରିଥିବା ଟଙ୍କାକୁ ଇନଷ୍ଟଲମେଣ୍ଟ ଆକାରରେ ଦେଇପାରିବେ । ଯାହାକି ଗ୍ରାହକଙ୍କ ପାଇଁ ଏକ ଭଲ ଅପ୍ସନ ବୋଲି କୁହାଯାଉଛି ।

ଗୁଗୁଲ ପେ ଏହି ନୂଆ ଫିଚର ସହିତ ଅନ୍ୟ ଦୁଇଟି ଫିଚର ମଧ୍ୟ ସାମିଲ କରିଛି । ଏଥିରେ କ୍ରୋମ୍ ଏବଂ ଆଣ୍ଡ୍ରୋଏଡରେ ଅଟୋଫିଲ୍ ଅପ୍ସନ ଦିଆଯାଇଛି । ଅର୍ଥାତ ଗୁଗୁଲ ପେରେ ପେମେଣ୍ଟ କରିିବା ଏଣିକି ଅତ୍ୟନ୍ତ ସହଜ ହେବ ।