ଗୁଗୁଲ୍ ପେ’ ପାଇଁ ଭାରତରେ ଲଞ୍ଚ୍ ହେଲା Tokanized Card ! ଜାଣନ୍ତୁ କିଭଳି କାମ କରେ ଏହି କାର୍ଡ ।

7,278

ଗୁଗୁଲ୍ ଫର୍ ଇଣ୍ଡିଆ ପକ୍ଷରୁ ଆୟୋଜନ କରାଯାଇଥିବା ଇଭେଣ୍ଟ୍ ରେ ଗୁଗୁଲ୍ ପେ’ ପାଇଁ ଅନେକ ସେବାର ବିବରଣୀ ଦିଆଯାଇଛି । ଗୁଗୁଲ୍ ପେ’ ମାଧ୍ୟମରେ କମ୍ପାନୀ ଭାରତରେ ଅନେକ ସଫଳତା ହାସଲ କରିଥିବା କଥା କୁହାଯାଇଛି । ମାତ୍ର ୨ ବର୍ଷ ମଧ୍ୟରେ ୧୭ ମିଲିୟନ୍ ରେ ଥିବା ଗ୍ରାହକଙ୍କ ସଂଖ୍ୟା ବଢି ଏବେ ୯୧୮ ମିଲିୟନ୍ ହୋଇଯାଇଛି । ଏହି ଟ୍ରାଞ୍ଚାକ୍ସନ୍ ୟୁପିଆଇ ଜରିଆରେ କାରାଯାଇଛି । ତେବେ ବର୍ତ୍ତମାନ ଗୁଗୁଲ୍ ଭାରତରେ Tokanized Card ଲଞ୍ଚ୍ କରିବାକୁ ଯାଉଛି । ଏହି କାର୍ଡ ଆପଣଙ୍କ ଡେବିଟ୍ ତଥା କ୍ରେଡିଟ୍ କାର୍ଡର ଡିଜିଟାଲ୍ ଟୋକନ୍ ପ୍ରସ୍ତୁତ କରିଥାଏ । ଯାହାକୁ ଆପଣ ପରେ ଗୁଗୁଲ୍ ପେ’ରେ ଆଡ୍ କରିପାରିବେ । ଏହାକୁ ଫାଷ୍ଟ୍ ଟ୍ରାଞ୍ଜାକ୍ସନ୍ ପାଇଁ ବ୍ୟବହାର କରାଯାଏ । ୨୦୦୦ ଟଙ୍କାର ଟ୍ରାଞ୍ଜାକ୍ସନ୍ ପାଇଁ ଆପଣଙ୍କୁ ପିନ୍ ର ମଧ୍ୟ ଆବଶ୍ୟକତା ପଡିବ ନାହିଁ । ଏହାକୁ ଭାରତ Bharat QR ରେ ମଧ୍ୟ ବ୍ୟବହାର କରାଯାଇପାରିବ । ମର୍ଚ୍ଚେଣ୍ଟ୍ ଡିଭାଇସ୍ ରେ ଟାପ୍ କରି ଏହି କାର୍ଡକୁ ବ୍ୟବହାର କରାଯାଇପାରିବ । ତେବେ ଏଟିଏମ୍ କାର୍ଡ ଏବଂ ପାନ୍ କାର୍ଡ ଭଳି ଏହା କୌଣସି ଫିଜିକାଲ୍ କାର୍ଡ ନୁହେଁ । ଏହି କାର୍ଡକୁ ଭାରତରେ କିଛି ସପ୍ତାହ ଅନ୍ତରାଳେ ହିଁ ଆରମ୍ଭ କରାଯିବ । ଯାହା ଏକ ଭର୍ଚୁଆଲ୍ କାର୍ଡ ହେବ , ଯାହା ଅପଡେଟ୍ ଜରିଆରେ ଦିଆଯିବ ।

କ’ଣ ଏହି Tokanized Card ? 

ଏହି କାର୍ଡ ଗ୍ରାହକଙ୍କ କାର୍ଡ ଡିଟେଲ୍ କୁ ନିରାପଦରେ ରଖିବାକୁ ସାହାଯ୍ୟ କରିଥାଏ । ଏହା ଏକପ୍ରକାରର ଡାଟା ପ୍ରୋଟେକ୍ସନ୍ । ଥରେ ଗୁଗୁଲ୍ ରେ କାର୍ଡ ସେଭ୍ ହେଲେ ଆପଣଙ୍କୁ ଆଉ ବାରମ୍ବାର କାର୍ଡ ବ୍ୟବହାର କରିବାକୁ ପଡିବ ନାହିଁ ।

ଗୁଗୁଲ ପେ’ ବିଜନେସ୍ ମଧ୍ୟ ଲଞ୍ଚ୍ :

ଏହା ଅନୁସାରେ ଏବେ ମର୍ଚ୍ଚେଣ୍ଟ୍ ଗୁଗୁଲ ପେ’ ଜରିଆରେ ପେମେଣ୍ଟ୍ ଆକ୍ସେସ୍ କରିପାରିବେ । ଏହି ଆପ୍ ପାଇଁ ମାତ୍ର କେଇ ମିନିଟରେ ଭେରିଫିକେସନ୍ ହୋଇଯିବ । ଯେଉଁଥିପାଇଁ ଆପ୍ ରେ ଥିବା ଭିଡିଓ କଲିଙ୍ଗ୍ କୁ ଆକ୍ସେସ୍ କରିବାକୁ ପଡିବ । ଏଠାରେ ଆପଣ ନିଜ ନାଁ,ଦୋକାନର ନାଁ,ଦୋକାନର ସାଇନବୋର୍ଡ , ଦୋକାନ ଭିତରର ଭିଡିଓ ଦେଖାଇବାକୁ ପଡିବ । ଯାହାପରେ ଏହା ଭେରିଫିକେସନ୍ ହୋଇଯିବ ଏବଂ ମର୍ଚ୍ଚେଣ୍ଟ୍ ସିଧା ଗୁଗୁଲ୍ ଜରିଆରେ ଟଙ୍କା ଆକ୍ସେସ୍ କରିପାରିବେ ।