କରୋନା କାଳରେ ଅନେକ କର୍ମଚାରୀଙ୍କୁ କମ୍ପାନୀରୁ ଛଟେଇ କରାଯାଉଛି ଆଉ ଏଭଳି ସମୟରେ ଚାକିରୀ ଖୋଜିବା ମଧ୍ୟ ଖୁବ୍ କଷ୍ଟକର ହୋଇପଡ଼ିଛି । ବର୍ତ୍ତମାନ ଗୁଗଲ୍ କମ୍ପାନୀ ଏଭଳି ଲୋକଙ୍କୁ ସହାୟତା କରିବା ପାଇଁ ଆଗକୁ ଆସିଛି । ଲିଙ୍କଦିନ୍ , ମନଷ୍ଟାର୍ , ନୋକରି.କମ୍ ଭଳି ଜବ୍ ଆପ୍ସକୁ ଟକ୍କର ଦେବାକୁ ଅଣ୍ଟା ସଳଖିଛି ଗୁଗଲ୍ । ଭାରତରେ ନିଜର ଜବ୍ ସର୍ଚ୍ଚିଙ୍ଗ୍ ଆପ୍ କର୍ମୋ ଜବ୍ସକୁ ନୂଆ ଫିଚର୍ ସହିତ ଲଞ୍ଚ୍ କରିଛି ଗୁଗଲ୍ । ୨୦୧୮ ରେ ପ୍ରଥମେ ଏହି ଆପକୁ ବାଙ୍ଗଲାଦେଶରେ ଲଞ୍ଚ୍ କରିଥିଲା ଗୁଗଲ୍ । ଏହାର ବର୍ଷକ ପରେ ୨୦୧୯ ରେ ଇଣ୍ଡୋନେସିଆରେ ଏହି ଆପ୍ ଲଞ୍ଚ୍ ହୋଇଥିଲା । ଚାକିରୀ ଅନ୍ୱେଷଣ ସହ ଏହି ଆପ୍ ଜରିଆରେ ଆପଣ ଆବେଦନ ମଧ୍ୟ କରିପାରିବେ । ୟୁଜର୍ସ ଆପ୍ ସହାୟତାରେ ଡ଼ିଜିଟାଲ୍ ସିଭି ମଧ୍ୟ ପ୍ରସ୍ତୁତ କରିପାରିବେ ।
କର୍ମୋ ଜବ୍ସ ଆପରେ ୟୁଜର୍ସ ନିଜ ପ୍ରୋଫାଇଲ୍ ଆଧାରରେ ଚାକିରୀ ଖୋଜିପାରିବେ । ଏହାଛଡ଼ା ଏଥିରେ ଅନେକ ଟୁଲ୍ସ ମଧ୍ୟ ଦିଆଯାଇଛି , ଯାହା ଆପଣଙ୍କ ଦକ୍ଷତାକୁ ବଢାଇବାରେ ସହାୟକ ହେବ । ଆପ୍ ଜରିଆରେ ଆପଣ ଡ଼ିଜିଟାଲ୍ ସିଭି ମଧ୍ୟ ପ୍ରସ୍ତୁତ କରିପାରିବେ, ଯାହାର ପ୍ରିଣ୍ଟ୍ ବି ବାହାର କରିହେବ ଏବଂ ଅନ୍ୟ ଲୋକଙ୍କୁ ସେୟାର୍ ମଧ୍ୟ କରିହେବ । ଏହି ଆପର ପ୍ରମୁଖ ପରିଚାଳକ ବିକେ ରସେଲ୍ କୁହନ୍ତି , ଜମାଟୋ ଏବଂ ଡୁଜୋ ଭଳି କମ୍ପାନୀ ନିଜର ଆବଶ୍ୟକତା ମୁତାବକ ଦକ୍ଷ,ଅନୁଭବୀ କର୍ମଚାରୀଙ୍କୁ ଚାକିରୀରେ ରଖିବା ପାଇଁ ଏହି ଆପ୍ କୁ ସର୍ଚ୍ଚ କରିଥାନ୍ତି । କର୍ମୋ ଜବ୍ସ ଆପରେ ୨୦ ଲକ୍ଷରୁ ଅଧିକ ଭେରିଫାଇଡ୍ ପୋଷ୍ଟ୍ ରହିଛି । ଏହି ଆପକୁ ଗୁଗଲ୍ ପ୍ଲେଷ୍ଟୋରରୁ ଡାଉନଲୋଡ଼୍ କରିହେବ । ନିଜର ଦକ୍ଷତା ଅନୁସାରେ ଯେ କେହିବି ଏଥିରେ ନିଜର ନାଁ ରେଜିଷ୍ଟର୍ କରିପାରିବେ । ଏହାପରେ ୟୁଜର୍ସଙ୍କ ଯୋଗ୍ୟତା ମୁତାବକ ତାଙ୍କୁ ଚାକିରୀ ସୁଯୋଗ ଦିଆଯିବ । ଅଗଷ୍ଟ ୧୮ ତାରିଖରେ ଅପଡ଼େଟ୍ ହୋଇଥିବା ଏହି ଆପକୁ ୧୦ ଲକ୍ଷରୁ ଅଧିକ ଲୋକ ଡ଼ାଉନଲୋଡ଼୍ କରିସାରିଲେଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/08/vlcsnap-2020-08-24-14h54m49s348.png)
/kanak/media/post_attachments/wp-content/uploads/2020/08/vlcsnap-2020-08-24-14h55m30s172-300x169.png)
/kanak/media/post_attachments/wp-content/uploads/2020/08/1597850254_QgMNCd_Google_Kormo-300x162.jpg)