କନକ ବ୍ୟୁରୋ: ଆଜିର ଯୁଗରେ ସଭିଁଙ୍କ ପାଇଁ ଗୁରୁ ପାଲଟିଛି ଗୁଗୁଲ । ପ୍ରଶ୍ନ ଯାହା ବି ହେଉ ଗୁଗୁଲ ସର୍ଚ୍ଚରେ ମିଳିଯାଏ ସବୁ ଉତ୍ତର । ଗୁଗୁଲ ଏତେ ସବୁ ସୁବିଧା ଦେବା ସତ୍ତ୍ୱ ଗୁଗୁଲ କେବେ ବି ଗୁରୁ ହୋଇନପାରେ ବୋଲି ବୁଦ୍ଧିଜୀବୀ କହିଛନ୍ତି । ଗୁଗୁଲ ପାଠ ସମ୍ପର୍କୀତ ସୂଚନା ଦେଇପାରେ କିନ୍ତୁ କେଉଁ ପିଲାଙ୍କୁ କେଉଁ ପାଠ କେଉଁ ଶୈଳୀରେ ପଢାଯିବ ତାହା ଗୁରୁ ହିଁ କହିପାରିବେ ।
ଏବେ ସଭିଙ୍କ ହାତରେ ଆଣ୍ଡ୍ରଏଡ ମୋବାଇଲ । ମାତ୍ର ଗୋଟିଏ କ୍ଲିକରେ ସାରା ବିଶ୍ୱର ଖବର ଜାଣି ହେଉଛି । ଆଉ ଏଥିରେ ବଡ ମାଧ୍ୟମ ସାଜିଛି ଗୁଗୁଲ । କୌଣସି ଘଟଣା ବିଷୟରେ ଜାଣିବାକୁ ହେଲେ ଏବେ ଲୋକେ ଗୁଗୁଲରେ ସର୍ଚ୍ଚ କରୁଛନ୍ତି । ଇଣ୍ଟରନେଟ ଲାଇଭ ଷ୍ଟାଟ୍ସର ତଥ୍ୟ ଅନୁଯାୟୀ- ୨୦୨୨ରେ ପ୍ରତି ସେକେଣ୍ଡରେ ଗୁଗୁଲରେ ୯୯ ହଜାର ସର୍ଚ୍ଚ ହେଉଛି । ଏଥିପାଇଁ ତ ଅନେକ ଲୋକ ଗୁଗୁଲକୁ କହୁଛନ୍ତି ଗୁଗୁଲ ବାବା କିମ୍ବା ଗୁଗୁଲ ଗୁରୁ । ଗୁରୁ ଦିବସରେ ଅନେକ ଗୁଗୁଲକୁ ଗୁରୁର ସମ୍ବୋଧନ ବି କରୁଛନ୍ତି ।
ବର୍ତ୍ତମାନର ସମୟରେ ଗୁଗୁଲ ଅନେକ ସମସ୍ୟାର ସମାଧାନ କରୁଛି । ଗୁଗୁଲ ପାଠ ପଢାଇବାରେ ସାହାଯ୍ୟ କରୁଥିବାବେଳେ ରାସ୍ତା ବି ଦେଖାଉଛି ଗୁଗୁଲ ମ୍ୟାପ୍ । ଏବେ ତ ଅନୁବାଦର ମୁଖ୍ୟ କାମରେ ବ୍ୟବହାର ହେଉଛି ଗୁଗୁଲ ଲେନ୍ସ । ଗୁଗୁଲ ଏତେ ସବୁ ସୁବିଧା ଦେବା ସତ୍ୱେ ଗୁଗୁଲ କେବେ ବି ଗୁରୁ ହୋଇନପାରେ ବୋଲି ବୁଦ୍ଧିଜୀବୀ କହିଛନ୍ତି । ଗୁଗୁଲ ପାଠ ସମ୍ପର୍କୀତ ସୂଚନା ଦେଇପାରେ କିନ୍ତୁ କେଉଁ ପିଲାଙ୍କୁ କେଉଁ ପାଠ କେଉଁ ଶୈଳୀରେ ପଢାଯିବ ତାହା ଗୁରୁ ହିଁ କହିପାରିବେ । କେମିତି ବିଶାଦରୁ ଦୁରେଇ ରହିବେ ଏଭଳି ପ୍ରଶ୍ନର ଉତର ଗୁଗୁଲ ଦେଇପାରେ କିନ୍ତୁ ଏଭଳି ସ୍ଥିତିରୁ ମୁକୁଳିବା ପାଇଁ ଗୁରୁ ହିଁ ପ୍ରକୃତ ମନ୍ତ୍ର ଦେଇପାରିବେ ବୋଲି ଶିକ୍ଷକ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/09/DSFRS.jpg)