ଚାକିରି ପାଇଁ ନିଅନ୍ତୁ ନାହିଁ ଟେନସନ ! ଗୁଗୁଲ ଆଣିଲା ନୂଆ ଫିଚର , ଏବେ ଦୂର ହେବ ଚାକିରିର ସମସ୍ୟା

74

ଏଣିକି ଚାକିରି ଖୋଜିବା ହେବ ସହଜ । ଘରେ ବସି ଖୋଜିପାରିବେ ଜବ୍ । ଗୁଗୁଲ, ଭାରତରେ ଲୋକ ମାନଙ୍କ ପାଇଁ ଚାକିରି ଖୋଜିବା ଆହୁରି ସହଜ କରିଛି । ଖାସ୍ ଏଥିପାଇଁ ଏକ ଜବ୍ ସର୍ଚ୍ଚ ଇଣ୍ଟରଫେସ ଲଞ୍ଚ କରିଛି । ସେଥିପାଇଁ ଗୁଗୁଲ କମ୍ପାନୀ ବହୁ ଜବ୍ ଏଜେନ୍ସି ମାନଙ୍କ ସହ ସହଭାଗିତା ଆରମ୍ଭ କରିଛି । ଯାହା ଫଳରେ ଚାକିରି ଖୋଜୁଥିବା ଲୋକମାନଙ୍କ ପାଇଁ ଭିନ୍ନ ଭିନ୍ନ ପୋଟାଲରୁ ଚାକିରି ଖୋଜିବା ସହଜ ହେବ । କେବଳ ସେତିକି ନୁହେଁ ଏହା ସାହାଯ୍ୟରେ ନୂଆ ନୂଆ ଚାକିରି ଉପରେ ଆସୁଥିବା ସମସ୍ତ ତଥ୍ୟକୁ ଖୁବ ସହଜରେ ଜାଣିପାରିବେ ।

ସୂଚନା ଅନୁଯାୟୀ, ଦିଲ୍ଲୀରେ ହେଉଥିବା ଏକ ସମ୍ବାଦିକ ସମ୍ମିଳନୀରେ ଗୁଗୁଲର ଉପସଭାପତି ରାଜନ ଆନନ୍ଦନ କହିଛନ୍ତି , ଆମକୁ ଜଣା ଅଛି ଲୋକମାନେ ଚାକିରି ଖୋଜିବା ପାଇଁ ଗୁଗୁଲ ସହାୟତା ଲୋଡିଥାନ୍ତି । ଯଦିଓ ଅନଲାଇନ ସାହାଯ୍ୟରେ ଚାକିରି ଖୋଜିବା ଏବଂ ଚାକିରି ପାଇବା ଅତି କଷ୍ଟକର ହୋଇଥାଏ କିନ୍ତୁ ଆଜିକାଲି ଯୁଗରେ ଅନଲାଇନରେ ଚାକିରି ଖୋଜିବା ଏକ ସହଜ ଉପାୟ ହୋଇପାରିଛି । ଅପର ପକ୍ଷରେ ଏପରି ବହୁତ ଏଣ୍ଟରପ୍ରାଇଜେସ ଏବଂ ଛୋଟ ବଡ କମ୍ପାନୀ ରହିଛି ଯେଉଁମାନେ ଚାକିରୀ ପାଇଁ ବିଜ୍ଞାପନ ପ୍ରକାଶିତ କରିପାରନ୍ତି ନାହିଁ । ସେମାନଙ୍କ ପାଇଁ ଏହି ବ୍ୟବସ୍ଥାଟି ଅଧିକ ସହାୟକ ହୋଇପାରିବ ।

କିପରି କରିବେ ସର୍ଚ୍ଚ : 
ଏବେ ଆପଣ ଗୁଗୁଲ “ସର୍ଚ୍ଚରେ ଜବ୍ସ ନିୟର ମି” କିମ୍ବା “ଜବ୍ସ ଫର ଫ୍ରେସର” ଲେଖିବା ମାତ୍ରେ ଗୁଗୁଲର ଏକ ଡ୍ୟାସବୋର୍ଡ ଖୋଲିବ । ସେଠାରେ ଆପଣଙ୍କୁ ବିଭିନ୍ନ ଚାକରିିର ତାଲିକା ଦେଖିବାକୁ ମିଳିବ । ସେହି ଲିଷ୍ଟ ଉପରେ କ୍ଲିକ କରି ଚାକିରୀ ପାଇଁ ଆବେଦନ କରିପାରିବେ । ଆବେଦନ କରିବା ପୂର୍ବରୁ ଗୁଗୁଲ ସାଇଟରେ ବାହାରିଥିବା ଜବ ଲିଷ୍ଟକୁ କ୍ଲିକ କରିବା ମାତ୍ରେ ସେଠାରେ ଉପଲବ୍ଧ ଥିବା ସମସ୍ତ ଜବ୍ ଗୁଡିକ ସମ୍ନାକୁ ଆସିଯିବ । ସେଥି ମଧ୍ୟରୁ ଆପଣ ଆବେଦନ କରିବାକୁ ଚାହୁଁଥିବା ଚାକିରୀ ଉପରେ କ୍ଲିକ କରିବା ପରେ ସବିଶେଷ ତଥ୍ୟ ଜାଣି ପାରିବେ । ଯେପରିକି ସେହି ଚାକିରି ପାଇଁ ଆବଶ୍ୟକ ଥିବା ଯୋଗ୍ୟତା , ଏବଂ ସେହି ଚାକରୀ ପାଇଁ କେଉଁ ୱେବସାଇଟକୁ ଯାଇ ଆବେଦନ କରିହେବ ଏହି ଭଳି ସମସ୍ତ ତଥ୍ୟ ପାଇପାରିବେ ।

ଆପଣ ଚାକରୀ ଖୋଜୁଥିବା ସମୟରେ ପ୍ରେଫରେନ୍ସ ମଧ୍ୟ ସେଟ କରିପାରିବେ । ଯେପରିକି ଆପଣ ପାର୍ଟ ଟାଇମ କିମ୍ବା ଫୁଲ ଟାଇମ ଚାକରୀ ଚାହୁଁଛନ୍ତି ତାହା ସେଟ କରିପାରିବେ । କେବଳ ସେତିକି ନୁହେଁ ଆପଣଙ୍କ ଲୋକେସନ , ଜବ ଟାଇଟଲ ଏବଂ ଆପଣଙ୍କ ଅଭିଜ୍ଞତାକୁ ନେଇ ଚାକିରୀ ସର୍ଚ୍ଚ କରିପାରିବେ । ଏଥିରେ ଆଉ ଏକ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ରହିଛି ଯାହା ଦ୍ୱାରା ନୂଆ ନୂଆ ଚାକିରୀର ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ଆପଣ ଏକ ନୋଟିଫିକେସନ ମଧ୍ୟ ପାଇପାରିବେ ।