କନକ ବ୍ୟୁରୋ : ଋଷିଆକୁ ନେଇ ଫେସବୁକର ପ୍ୟାରେଂଟ କମ୍ପାନି ମେଟାଭର୍ସର ବଡ ନିଷ୍ପତ୍ତି । ୟୁରୋପୀୟ ସଂଘରେ ବ୍ୟାନ ହେବ ରୁଷିଆ ସରକାରୀ ମିଡିଆ । ଅର୍ଥାତ ଫେସବୁକରେ ଋଷିଆ ସରକାରୀ ମିଡିଆ ଆରଟି ଏବଂ ସ୍ପୁଟନିକର କୌଣସି ତଥ୍ୟ ପ୍ରସାରଣ ହେବନାହିଁ । ଟ୍ୱିଟ କରି ଏହି ସୂଚନା ଦେଇଛି କମ୍ପାନି । ମେଟାଭର୍ସର ଗ୍ଲୋବାଲ ଆଫେୟାର ମୁଖ୍ୟ ନିକ କ୍ଲେଗ୍ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

Advertisment

publive-image

ଏପରିକି ମେଟାର ସମସ୍ତ ପ୍ଲାଟଫର୍ମରେ ଏହାକୁ ବ୍ୟାନ କରାଯିବ । ଏଥିପାଇଁ ୟୁରୋପୀୟ ଦେଶଗୁଡିକ ବାରମ୍ବାର ଅନୁରୋଧ କରିଆସୁଥିଲେ । ଏହାପରେ ଭାରତୀୟ ସମୟ ଅନୁସାରେ ମଙ୍ଗଳବାର କମ୍ପାନି ତାର ନିଷ୍ପତ୍ତି ବାବଦରେ ସୂଚନା ଦେଇଛି । ତେବେ ମେଟା ପୂର୍ବରୁ ୟୁ-ଟ୍ୟୁବ ଓ ଗୁଗୁଲର ପ୍ୟାରେଂଟ କମ୍ପାନି ଆଲ୍ଫାବେଟ୍ ଇଙ୍କ ମଧ୍ୟ ଋଷିଆର ସରକାରୀ ମିଡିଆ ବିରୋଧରେ ଏକାଧିକ କଟକଣା ଲଗାଇ ସାରିଛନ୍ତି ।